Home >
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ପୈତୃକ ସମ୍ପତ୍ତିରେ ପୁଅ-ଝିଅଙ୍କ ସମାନ ଅଧିକାର ଅଛି
Khabar Odisha:Supreme-Court-Daughter-has-equal-right-to-ancestral-property-by-birth
ନୂଆଦିଲ୍ଲୀ, ଅଗଷ୍ଟ ୧୧ (ଖବର ଓଡ଼ିଶା):

ପୈତୃକ ସମ୍ପତ୍ତି ବଣ୍ଟନ ଉପରେ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ଦେଶର ବୃହତ୍ତମ କୋର୍ଟ ମଧ୍ୟ ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ସମାନ ଉତ୍ତରାଧିକାରୀ ଭାବରେ ବିବେଚନା କରିଛନ୍ତି । ଜଷ୍ଟିସ ଅରୁଣ ମିଶ୍ରଙ୍କ ବେଞ୍ଚ ଏହି ରାୟ ପ୍ରଦାନ କରିବା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଝିଅମାନେ ସର୍ବଦା ଝିଅ ହୋଇ ରହିଥାନ୍ତି । ପୁଅମାନେ କେବଳ ବିବାହ ପର୍ଯ୍ୟନ୍ତ ହିଁ ପୁଅ ହୋଇ ରହିଥାନ୍ତି |

କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଏହା ଉତ୍ତରାଧିକାର ଅଧିନିୟମ 2005 ରେ ସଂଶୋଧନର ଏକ ବ୍ୟାଖ୍ୟା ଅଟେ । ଏହି ସଂଶୋଧନରେ ପୂର୍ବରୁ ମଧ୍ୟ ଆଇନ ଥିଲା ଯେ ଯଦି ଝିଅର ବାପାଙ୍କ ମୃତ୍ୟୁ ଘଟୁଛି ତେବେ ସେ ମଧ୍ୟ ସମ୍ପତ୍ତିରେ ପୁଅମାନଙ୍କ ସହ ସମାନ ଅଂଶ ବା ଅଧିକାର ପାଇବେ ।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନଥିଲା ଯଦି 2005 ପୂର୍ବରୁ କୌଣସି ଝିଅ କିମ୍ବା ମହିଳାଙ୍କ ପିତାଙ୍କର ମୃତ୍ୟୁ ଘଟିଥିବ ତେବେ ଏଭଳି ପରିସ୍ଥିତିରେ କଣ କରାଯିବ ?  ସୁପ୍ରିମକୋର୍ଟଙ୍କ ଆଜିର ଏହି ନିଷ୍ପତ୍ତି ଏହି ବିବାଦ ବା ଏହି ପ୍ରଶ୍ନର ସମାଧାନ କରିଛି । ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହାର ବିବାହ ସହିତ କୌଣସି ସମ୍ପର୍କ ନାହିଁ।

  • Tags:

Subscribe

National International State Sports Entertainment