Home >
କାରଖାନାରେ ଟ୍ରେନରେ କଟି ମହିଳା କର୍ମଚାରୀ ମୃତ, କ୍ଷତିପୂରଣ ଦାବୀ
Khabar Odisha:State-Odisha-Woman-worker-dead-in-jajpur-steel-plant
ଯାଜପୁର,ମେ ୨୫(ଖବର ଓଡ଼ିଶା):

ଯାଜପୁର ନୀଳାଚଳ ଇସ୍ପାତ କାରଖାନାରେ ଏକ ଅଭାବନୀୟ ଘଟଣା ଘଟିଛି । କାରଖାନା ପରିସରରେ ଟ୍ରେନରେ କଟି ଜଣେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।

ଯାଜପୁର ଜିଲ୍ଲା କଳିଙ୍ଗନଗର ନୀଳାଚଳ ଇସ୍ପାତ କାରଖାନାରେ କାର୍ଯ୍ୟରତ ଥିବା ବେଳେ ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁ ଘଟିଛି । କାରଖାନା ପରିସରରେ ଟ୍ରେନରେ କଟି ଯାଇ ତାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜେନାପୁର ପାଇକରାପୁରର ଅନଙ୍ଗ ମଞ୍ଜରୀ ରାଉତ । ବିଭାଗୀୟ ଅସାବଧାନତା ଯୋଗୁଁ ଏପରି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଶ୍ରମିକ ସଂଗଠନ ଅଭିଯୋଗ ଆଣିଛି । ମୃତ ମହିଳା କର୍ମଚାରୀ ଜଣକ କାରଖାନାର ଏସଏମଏସ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଥିଲେ । ମୃତକଙ୍କ ପରିବାର ପାଇଁ କର୍ମଚାରୀ ଓ କାରଖାନା ପକ୍ଷରୁ କ୍ଷତିପୂରଣ ଓ ନିଯୁକ୍ତି ଦାବୀ କରାଯାଉଛି ।

  • Tags:

Subscribe

National International State Sports Entertainment