Home >
ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ,ଉପସ୍ଥାପିତ ହେବ ଆର୍ଥିକ ବଜେଟ
Khabar Odisha:State-Odisha-Puri-Jagannath-Temple-meeting
ପୁରୀ,ମାର୍ଚ୍ଚ ୧୫(ଖବର ଓଡ଼ିଶା):

 ଆଜି ଶ୍ରୀଜଗନ୍ନାଥ ଧାମ ପୁରୀରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିବ । ଏହି ବୈଠକରେ ଗଜପତି ମହାରାଜ ଦିବ୍ୟ ସଂହଦେଓଙ୍କ ଅଧ୍ୟକ୍ଷତାରେ ଚଳିତ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ହେବ । 

ଆଜି ପୁରୀ ଶ୍ରୀମନ୍ଦିର କାଯ୍ୟାଳୟରେ ଦିନ ୧୧ଟାରେ ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଗଜପତି ମହାରାଜ ଦିବ୍ୟ ସଂହଦେଓ ଏହି ବୈଠକର ଅଧ୍ୟକ୍ଷତା କରିବେ । ଏଥିରେ ଯୋଗ ଦେବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ପଠାଯାଇଛି । ଏହି ବୈଠକରେ ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୧୯-୨୦ର ବଜେଟ ଉପସ୍ଥାପନ କରାଯିବ ।ଏହା ସହ ସେବାୟତଙ୍କ ବିକାଶ, କର୍ପସ ଫଣ୍ଡ ବୃଦ୍ଧି ଓ ଶ୍ରୀମନ୍ଦିରରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଆଲୋଚନା ହେବ।

Subscribe

National International State Sports Entertainment