Home >
ଶେଷ ହେଲା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ , କର୍ମଚାରୀଙ୍କ ଦରମା ସରକାର ବହନ କରିବାକୁ ଅନୁରୋଧ
Khabar Odisha:State-Odisha-Puri-Jagannath-Temple-meeting-held-today
ପୁରୀ,ମାର୍ଚ୍ଚ ୧୫(ଖବର ଓଡ଼ିଶା):

ଆଜି ପୁରୀରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା  । ଏହି ବୈଠକରେ ଗଜପତି ମହାରାଜ ଦିବ୍ୟ ସଂହଦେଓଙ୍କ ଅଧ୍ୟକ୍ଷତାରେ ଚଳିତ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରାଯାଇଛି । ବୈଠକ ଶେଷ ହେବା ପରେ ସମସ୍ତ ଆଲୋଚନା ଉପରେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ପୁରୀ ଶ୍ରୀମନ୍ଦିର କାଯ୍ୟାଳୟରେ ଦିନ ୧୧ଟାରେ ପରିଚାଳନା କମିଟିର ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଗଜପତି ମହାରାଜ ଦିବ୍ୟ ସଂହଦେଓଙ୍କ ଅଧ୍ୟକ୍ଷତାରେ ବୈଠକରେ ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୧୯-୨୦ର ବଜେଟ ଅନୁମୋଦନ କରାଯାଇଛି । ଏଥିରେ ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ସେବାୟତଙ୍କ ବିକାଶ, କର୍ପସ ଫଣ୍ଡ ବୃଦ୍ଧି ଓ ଶ୍ରୀମନ୍ଦିରରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଗଜପତିଙ୍କ ବାର୍ଷିକ ପାରିତୋଷିକ ୬ରୁ ୧୨ଲକ୍ଷ ବୃଦ୍ଧିକୁ ଅନୁମୋଦିତ ହୋଇଛି ।୨୦୧୯-୨୦ ପାଇଁ ଶ୍ରୀମନ୍ଦିର ଆୟ ୧୦୨ କୋଟି ବେଳେ ବ୍ୟୟ ୭୮ କୋଟି ଟଙ୍କା  ଆକଳନ କରାଯାଇଛି ।

ଚଳିତ ବର୍ଷ ରଥଯାତ୍ରା ପାଇଁ ଛଅ କୋଟି ଟଙ୍କା ଖର୍ଚ୍ଚ ସୀମା ନିର୍ଦ୍ଧାରିତ ହୋଇଛି । ଶ୍ରୀମନ୍ଦିର ପାଇଁ ଦାନ ଅର୍ଥ ବାର୍ଷିକ ଚାରି କୋଟି ଅସୁଥିବା ବେଳେ ତାକୁ ବୃଦ୍ଧି କରିବାକୁ ଯୋଜନା କରାଯାଉଛି । ସେବକ ମାନଙ୍କ କଲ୍ୟାଣ ପାଇଁ ବଜେଟରେ ପାଂଚ କୋଟି ବ୍ୟୟ ବରାଦ କରାଯାଇଛି । ଶ୍ରୀମନ୍ଦିର କର୍ମଚାରୀଙ୍କ ଦରମା ସରକାର ବହନ କରିବାକୁ ଅନୁରୋଧ କରାଯାଇଛି । ସେବକଙ୍କ ପାଇଁ ୩୨ କୋଟି ,କର୍ମଚାରୀଙ୍କ ପାଇଁ ୨୮କୋଟି ଟଙ୍କା ବାର୍ଷିିକ ଖର୍ଚ୍ଚ ହେଉଥିବା ଜଣାପଡ଼ିଛି । କର୍ପସ ପାଣ୍ଠି ପାଇଁ ୬୫୦ କୋଟି ଟଙ୍କା ରହିଛି ତାହକୁ ୭୦୦କୋଟି ଟଙ୍କା କରିବାକୁ ଆଲୋଚନା ହୋଇଛି । ବୈଠକ ଶେଷ ହେବା ପରେ ଏନେଇ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

Subscribe

National International State Sports Entertainment