Home >
କ୍ରାଇଷ୍ଟଚର୍ଚ୍ଚ ଗୁଳିକାଣ୍ଡ: ବାଂଲାଦେଶୀ ମ୍ୟାନେଜର କହିଲେ- ଯଦି ୪ ମିନିଟ ଆଗରୁ ପହଂଚିଥାନ୍ତୁ...
Khabar Odisha:Sports-criket-Christchurch-attack-Bangladesh-cricket-team-manager-Khaled-Mashud-says-we-were-really-lucky

ୱେଲିଂଟନ, ମାର୍ଚ୍ଚ ୧୬ (ଖବର ଓଡ଼ିଶା): ନ୍ୟୁଜିଲାଣ୍ଡର କ୍ରାଇଷ୍ଟଚର୍ଚ୍ଚରେ ଶୁକ୍ରବାର ହୋଇଥିବା ଆତଙ୍କବାଦୀ ଘଟଣା କେବଳ ନ୍ୟୁଜିଲାଣ୍ଡ ପାଇଁ ନୁହେଁ ବରଂ ବାଂଲାଦେଶ କ୍ରିକେଟରଙ୍କ ପାଇଁ ମଧ୍ୟ ସ୍ମରଣୀୟ ଦିନ ହୋଇ ରହିବ । କାରଣ ବାଂଲାଦେଶୀ କ୍ରିକେଟରମାନେ ଭାଗ୍ୟବଶତଃ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଗୁଳିକାଣ୍ଡ ସଂପର୍କରେ ବାଂଲାଦେଶ କ୍ରିକେଟ ଟିମର ମ୍ୟାନେଜର ଖାଲିଦ ମସହୁଦ କହିଛନ୍ତି, ଯଦି ୩ ରୁ ୪ ମିନିଟ ଆଗରୁ ଆମେ ମସଜିଦ ପହଂଚିଥାନ୍ତୁ, ପରିସ୍ଥିତ ଆମ ପାଇଁ ନିଶ୍ଚିତ ଭାବରେ ଖରାପ ହୋଇଥାନ୍ତା

ବାଂଲାଦେଶ ଶନିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ତଥା ଶେଷ ଟେଷ୍ଟମ୍ୟାଚ ଖେଳିଥାନ୍ତା । ଏହା ପୂର୍ବରୁ ଶୁକ୍ରବାର ଟିମର ଖେଳାଳିମାନେ ମସଜିଦକୁ ନମାଜ ଅଦା କରିବାକୁ ଯାଇଥିଲେ । ମାତ୍ର କ୍ରିକେଟରମାନେ ମସଜିଦରେ ପହଂଚିବା ପୂର୍ବରୁ ଆତତାୟୀ ଅଚାନକ ଗୁଳି କରିଥିଲା । ଖୁବ ଅଳ୍ପ ସମୟ ମଧ୍ୟରେ ୪୯ ଜଣ ଟଳି ପଡ଼ିଲେ । ଅନେକ ଲୋକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 

ବାଂଲାଦେଶର ପୂର୍ବତନ ଅଧିନାୟକ ମସହୁଦ କହିଛନ୍ତି, ମୁଁ ଏହା କହିବି ଯେ, ଆମର ଭାଗ୍ୟ ଭଲ ଥିଲା । ଯଦି ଆମେ ୩ ବା ୪ ମିନିଟ ପୂର୍ବରୁ ପହଂଚିଥାନ୍ତୁ ତା’ହେଲେ ମସଜିଦ ଭିତରେ ହୋଇଥାନ୍ତା । ଏଠାରେ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡ଼ିଥାନ୍ତା । ଆମେ ଗୁଳିକାଣ୍ଡରୁ ବର୍ତ୍ତି ଯାଇଛୁ । ଦୃଶ୍ୟ ଫିଲ୍ମ ଭଳି ଲାଗୁଥିଲା । ଆମେ ଲହୁଲୁହାଣ ହୋଇ ଲୋକେ ମସଜିଦ ଭିତରୁ ବାହାରୁଥିବା ଦେଖିଛୁ । ପ୍ରାୟ ୮ ରୁ ୧୦ ମିନିଟ ଯାଏଁ ବସ ଭିତରେ ମୁଣ୍ଡ ନୁଆଁଇ ବସିଥିଲୁ । 

ବସରେ ୧୭ ସଦସ୍ୟ ଥିଲେ । ଲିଟନ ଦାସ, ନଇମ ହାସମ ଏବଂ ସ୍ପିନ ବୋଲର କୋଚ ତଥା ଭାରତର ପୂର୍ବତନ ସ୍ପିନର ସୁନିଲ ଯୋଶୀ ହୋଟେଲରେ ଥିଲେ । ମସହୁଦ କହିଛନ୍ତି, ଏହା ଏଭଳି ଏକ ଭୟଙ୍କର ଘଟଣା ଥିଲା, ଯାହାକି ଅବର୍ଣ୍ଣନୀୟ । 

 

  • Tags:

Subscribe

National International State Sports Entertainment