Home >
ଅନୁଭବ ସହିତ ଯୁବ ଖେଳାଳିଙ୍କ ମିଶ୍ରଣ, ୮ ଖେଳାଳି ଖେଳିବେ ପ୍ରଥମ ଥର ବିଶ୍ଵ କପ
Khabar Odisha:Sports-cricket-odisha-world-cup-2019-team-debut-in-wc-india-virat-kohli-vijay-shankar-kuldeep
ନୂଆଦିଲ୍ଲୀ,ଏପ୍ରିଲ୧୫(ଖବର ଓଡ଼ିଶା):

ମିଶନ ଓ୍ଵାର୍ଲ୍ଡ କପ ନିଜ ନାମରେ କରିବା ପାଇଁ ବିସିସିଆଇ ୧୫ ଜଣିଆ  ଦଳ ଘୋଷଣା କରିଛି। ବିରାଟ କୋହଲିଙ୍କ ନେତୃତ୍ଵରେ ଭାରତୀୟ ଦଳ ଏଥର ଇଂଲଣ୍ଡରେ ବିଜୟ ହାସଲ କରିବା ପାଇଁ ମଇଦାନକୁ ଓହ୍ଲାଇବ। ଚୟନ ହୋଇଥିବା ଦଳରେ ଅନୁଭବୀ ଓ ଯୁବ ଖେଳାଳିଙ୍କ ଉପରେ ଗୁରୁତ୍ଵ ଦିଆଯାଉଛି। ଦଳରେ ମହେନ୍ଦ୍ର ସିଂହ ଧୋନୀଙ୍କ ପରି ଖେଳାଳି ଅଛନ୍ତି, ଯିଏ ଚତୁର୍ଥ ବିଶ୍ଵ କପ ଖେଳିବେ। ଅନ୍ୟ ପଟେ ୧୫ ଖେଳାଳିଙ୍କ ମଧ୍ୟରୁ ମୋଟ୍ ୮ ଜଣ ଖେଳାଳି ଏମିତି ଅଛନ୍ତି, ଯିଏ ପ୍ରଥମ ଥର କ୍ରିକେଟର ସବୁଠୁ ବଡ଼ ମହାକୁମ୍ଭରେ ପାଦ ଦେବେ।

୧ କେଏଲ ରାହୁଲ

୨ ଦିନେଶ କାର୍ତ୍ତିକ

୩ କେଦାର ଯାଦବ

୪ ବିଜୟ ଶଙ୍କର 

୫ କୁଲଦୀପ ଯାଦବ

୬ ୟୁଜବେନ୍ଦ୍ର ଚହଲ

୭ ହାର୍ଦ୍ଦିକ ପାଣ୍ଡ୍ୟା

୮ ଯଶପ୍ରୀତ ବୁମରା 

କିଛି ସମୟ ପୂର୍ବରୁ ଏହି ସବୁ ଖେଳାଳି ଭାରତୀୟ ଦଳରେ ମହତ୍ଵପୂର୍ଣ୍ଣ ସଦସ୍ୟ ରହିଛନ୍ତି। କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଗତ ତିନି ବର୍ଷରେ ନିଜକୁ ସାବ୍ୟସ୍ତ କରିଛନ୍ତି ଏବଂ ଅନେକ ଥର ଭାରତୀୟ ଦଳକୁ ଜିତାଇବାରେ ମହତ୍ଵପୂର୍ଣ୍ଣ କାମ କରିଛନ୍ତି। 

ଅନ୍ୟ ପଟେ ଯଶପ୍ରୀତ ବୁମରା ମଧ୍ୟ ଗତ ଦୁଇ ବର୍ଷରେ ଭାରତର ସବୁଠୁ ଭରସାଯୋଗ୍ୟ, ଦ୍ରୁତ ବୋଲର ରୂପେ ଆର୍ବିଭାବ ହୋଇଛନ୍ତି। ଅନ୍ୟ ପଟେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ଉପଯୋଗୀ ଖେଳାଳି ଭାବେ ଦଳର ମନ ଜିଣିଛନ୍ତି। ସେ ଦ୍ରୁତ ବୋଲିଂ କରିବା ସହିତ ବିସ୍ଫୋରକ ବ୍ୟାଟସମ୍ୟାନ ଦାୟିତ୍ଵ ମଧ୍ୟ ନିଭାଉଛନ୍ତି। 

ଏହି ପରି ମହେନ୍ଦ୍ର ସିଂହ ଧୋନୀଙ୍କ ବ୍ୟତୀତ ଦ୍ଵିତୀୟ ଓ୍ଵିକେଟ୍ କିପର ରୂପେ ଦଳରେ ସୁଯୋଗ ପାଇଥିବା ଦିନେଶ କାର୍ତ୍ତିକ ଦୀର୍ଘ ଦିନରୁ ଦଳର ସଦସ୍ୟ ହୋଇ ରହିଛନ୍ତି। ମାତ୍ର ତାଙ୍କ ପାଇଁ ଏହା ପ୍ରଥମ ବିଶ୍ଵ କପ ହେବ। ଏହା ସହିତ ଯୁବ ବିଜୟ ଶଙ୍କର ମଧ୍ୟ ଆଇପିଏଲରେ ନିଜର ପ୍ରଦର୍ଶନ ଦମରେ ବିଶ୍ଵ କପର ୧୫ ସଦସ୍ୟ ବିଶିଷ୍ଟ ଦଳରେ ନିଜକୁ ସାମିଲ କରାଇବାରେ ସଫଳ ହୋଇଛନ୍ତି। 

ଭାରତୀୟ ଦଳ

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), ଶିଖର ଧାଓ୍ଵନ, କେଏଲ ରାହୁଲ, ବିଜୟ ଶଙ୍କର, ଏମଏସ ଧୋନୀ(ଓ୍ଵିକେଟ୍ କିପର), କେଦାର ଯାଦବ, ଦିନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ଵର କୁମାର, ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସାମି, ରବୀନ୍ଦ୍ର ଜାଡେଜା।

  • Tags:

Subscribe

National International State Sports Entertainment