Home >
ଯେବେ ଦିନେଶ୍ କାର୍ତ୍ତିକ ଖେଳିଥିଲେ ପ୍ରଥମ ଦିନିକିଆ, ସେବେ ଧୋନି ଖେଳୁଥିଲେ ରଣଜୀ, ବିରାଟଙ୍କୁ ୧୬ ଓ ପନ୍ତଙ୍କୁ ହେଇଥିଲା ୭ ବର୍ଷ
Khabar Odisha:Sports-cricket-odisha-when-dinesh-karthik-played-first-odi-ms-dhoni-was-playing-ranji-and-rishabh-pant-was-just-7-year-old
ନୂଆଦିଲ୍ଲୀ, ଏପ୍ରିଲ ୧୬(ଖବର ଓଡିଶା) :

ଇଂଲଣ୍ଡରେ ହେବାକୁ ଥିବା ଆଇସିସି କ୍ରିକେଟ ବିଶ୍ଵକପ ପାଇଁ ସୋମବାର ଦିନ ଭାରତୀୟ ଦଳ ଘୋଷଣା କରାଯାଇଛି। ବିଶ୍ଵକପ ଦଳରେ ରିଷଭ ପନ୍ତଙ୍କ ବଦଳରେ ଦିନେଶ୍ କାର୍ତ୍ତିକଙ୍କୁ ସାମିଲ କରାଯାଇଛି, ଏହା ଉପରେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି।

ଯଦି ଟିମ୍ ଇଣ୍ଡିଆର ସବୁ ସଦସ୍ୟଙ୍କୁ ଦେଖାଯାଏ ତେବେ ଦିନେଶ୍ କାର୍ତ୍ତିକ ସବୁଠାରୁ ସିନିୟର ଖେଳାଳି। ଯଦିଓ ତାଙ୍କ ବୟସ ୩୩ ବର୍ଷ କିନ୍ତୁ ସେପ୍ଟେମ୍ବର ମାସ ୨୦୦୪ ମସିହାରେ ସେ ଡେବ୍ୟୁ କରିଥିଲେ। ସେ ସମୟରେ ସୌରଭ ଗାଙ୍ଗୁଲୀ ଦଳର ଅଧିନାୟକ ଥିଲେ। ବର୍ତ୍ତମାନ ଦଳର କୌଣସି ଖେଳାଳି ସେ ଦଳରେ ନଥିଲେ। ୩୭ ବର୍ଷୀୟ ଧୋନି ମଧ୍ୟ ସେ ସମୟରେ ରଣଜି ଖେଳୁଥିଲେ।

୨୦୦୪ରେ ଇଂଲଣ୍ଡର ଲର୍ଡ୍ସରେ ନିଜର ପ୍ରଥମ ମ୍ୟାଚ ଖେଳିଥିଲେ। ସେତେବେଳେ ତାଙ୍କୁ ୧୯ ବର୍ଷ ହୋଇଥିଲା। ସେ ସମୟରେ ଭାରତୀୟ ଦଳର ସବୁଠାରୁ ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଝାରଖଣ୍ଡ ରଣଜୀ ଦଳର ସଦସ୍ୟ ଥିଲେ। ଏହି ସମୟରେ ଭାରତୀୟ ଦଳର ଯୁବ ୱିକେଟ ରକ୍ଷକ ରିଷଭ ପନ୍ତଙ୍କୁ ମାତ୍ର ୭ ବର୍ଷ ହୋଇଥିଲା। ଭାରତୀୟ ଦଳର ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ମଧ୍ୟ ଏହି ସମୟରେ ୧୬ ବର୍ଷରୁ କମ୍ ଦଳରେ ଥିଲେ। ତାଙ୍କ ବୟସ ସେତେବେଳେ ୧୬ ବର୍ଷ ଥିଲା।

Subscribe

National International State Sports Entertainment