Home >
ମୁଁ ବିରାଟ କୋହଲିଙ୍କୁ ବୋଲିଂ କରିବି ନାହିଁ: ଶେନ୍‌ ୱାର୍ଣ୍ଣ
Khabar Odisha:Sports-cricket-odisha-virat-kohli-records-as-portent-says-shane-warne-would-not-like-to-bowl-him
ସିଡନୀ, ମାର୍ଚ୍ଚ ୧୫(ଖବର ଓଡିଶା):

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ଣଧ୍ୟରୁ କିଏ ଭଲ, ଏ ପ୍ରଶ୍ନର ଡିବେଟ୍ ହେଲେ କେବେ ଯେ ତାର ଅନ୍ତ ଘଟିବ, ଠିକଣା ନାହିଁ । ଅଷ୍ଟ୍ରେଲିଆର ମହାନ କ୍ରିକେଟର ଶେନ ୱାର୍ଣ୍ଣଙ୍କୁ ଏହି ପ୍ରଶ୍ନ ପଚରା ଯିବାରୁ, ସେ କମେଡି ଅନ୍ଦାଜ୍‌ରେ ଏହାର ଉତ୍ତର ରଖିଥିଲେ । 

ଅଷ୍ଟ୍ରେଲିଆ ଦଳର ପୂର୍ବତନ କ୍ରିକେଟର ତଥା ରାଜସ୍ଥାନ ରୟାଲ୍ସର ବ୍ରାଣ୍ଡ ଆମ୍ବାସଡର ଶେନ୍‌ ୱାର୍ଣ୍ଣ ବିରାଟ ଓ ସଚିଙ୍କ ମଧ୍ରେ କିଏ ଶ୍ରେଷ୍ଠ ବୋଲି ପ୍ରଶ୍ନର ଉତ୍ତରରେ କହିଥିଲେ କି, ମୁଁ ଏହି ଦୁଇ ଭାରତୀଯ ବ୍ୟାଟ୍ସମ୍ୟାନମାନଙ୍କୁ ବୋଲିଂ କରିବାକୁ ଚାହିଁବି ନାହିଁ । ଏହା ସହିତ ସେ କହିଥିଲେ ଭି ରିଚାର୍ଡ୍‌ସ ହେଉଛନ୍ତି ତାଙ୍କ ନଜରରେ ସର୍ବଶ୍ରେଷ୍ଠ ଦିନିକିଆ ବ୍ୟାଟ୍ସମ୍ୟାନ । ଏହା ସହିତ କୋହଲିଙ୍କ ଉପରେ ଏବେ ନିଜର ରାୟ ଦେବାକୁ ଚାହାଁନ୍ତି ନାହିଁ ବୋଲି କହିଥିଲେ । କୋହଲିଙ୍କ ଖେଲ ସମାପ୍ତ ହେବା ପରେ ସେ ତାଙ୍କ ମତ ଦେବେ ବୋଲି କହିଥିଲେ । 

ୱାର୍ଣ୍ଣ କହିଛନ୍ତି କି, ୯୦ ଦଶକର ମଧ୍ୟରେ ସଚିନ ଓ ଲାରାଙ୍କ କ୍ଲାସ୍‌ ଅନ୍ୟ ସମସ୍ତଙ୍କ ଠାରୁ ଭଲ ଥିଲା । ୧୯୯୪-୯୫ରୁ ଚାରି ପାଞ୍ଚ ବର୍ଷ ପର‌୍ୟ୍ୟନ୍ତ ଏ ଦୁହେଁ ସର୍ବଶ୍ରେଷ୍ଠ ଥିଲେ । ଏହାସହିତ ସେ କହିଥିଲେ କି ବିରାଟ ଓ ସଚିନ ଭିନ୍ନ ଭିନ୍ନ ଧରଣର ଖେଳାଳି, କିନ୍ତୁ ସେମାନେ ମହାନ ଅଟନ୍ତି ।  

Subscribe

National International State Sports Entertainment