Home >
ମାତ୍ର ୯ଟି ମ୍ୟାଚର ଅନୁଭବ, ବିଜୟ ଶଙ୍କରଙ୍କୁ ବିଶ୍ଵକପ ଟିକେଟ
Khabar Odisha:Sports-cricket-odisha-vijay-shankar-will-play-first-time-icc-world-cup2019
ନୂଆଦିଲ୍ଲୀ, ଏପ୍ରିଲ ୧୬ (ଖବର ଓଡିଶା) :

କଥାରେ ଅଛି କି ଯଦି ଭାଗ୍ୟ ସାଥ୍ ଦିଏ ତେବେ କିଛି ବି ହୋଇପାରେ। ଏହାର ନିଚ୍ଛକ ପ୍ରତିଛବି ଦେଖିବାକୁ ମିଳିଛି ଭାରତୀୟ ଯୁବ କ୍ରିକେଟର ବିଜୟ ଶଙ୍କରଙ୍କ କ୍ଷେତ୍ରରେ। ମାତ୍ର ୯ଟି ମ୍ୟାଚର ଅନୁଭବ ଥାଇ ମଧ୍ୟ ଅନେକ ଅଭିଜ୍ଞଙ୍କୁ ପଛରେ ପକାଇ ଭାରତୀୟ ବିଶ୍ଵକପ ଦଳରେ ସ୍ଥାନ ପାଇଛନ୍ତି ଏହି କ୍ରିକେଟର।

ବିଜୟ ଶଙ୍କର କେବେବି ଭାବିନଥିବେ କି ମାତ୍ର ୯ଟି ମ୍ୟାଚ ପରେ ତାଙ୍କୁ ବିଶ୍ଵକପ ଦଳରେ ସ୍ଥାନ ମିଳିଯିବ, କିନ୍ତୁ ଏହା ହୋଇଛି। ଅଲରାଉଣ୍ଡର ହିସାବରେ ବିଜୟଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି। ବିଜୟ ଶଙ୍କର ଖେଳିଥିବା ୯ଟି ମ୍ୟାଚରେ ନିଜର ବ୍ୟାଟିଂ ଓ ବୋଲିଂ ଦକ୍ଷତା ଦେଖାଇବା ସହିତ ଟିମ୍ ମ୍ୟାନେଜମେଣ୍ଟ ଉପରେ ପ୍ରଭାବ ପକାଇବାରେ ସଫଳ ହୋଇଥିଲେ।

ଚଳିତବର୍ଷ ଜାନୁଆରୀ ୧୮ ତାରିଖରେ ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ଶଙ୍କର ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ। ଏହି ମ୍ୟାଚରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିନଥିଲା। ଏହି ୪ ମାସ ମଧ୍ୟରେ ବିଜୟ ଶଙ୍କର ମାତ୍ର ୯ଟି ମ୍ୟାଚ ଖେଳିଛନ୍ତି। ଏହି ୯ଟି ମ୍ୟାଚ ମଧ୍ୟରୁ ତାଙ୍କୁ ୪ଟି ମ୍ୟାଚରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିନଥିଲା। ଫେବୃଆରୀ ୩ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମଥର ପାଇଁ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିଲେ ଏବଂ ଏହି ମ୍ୟାଚରେ ସେ ୪୫ ରନର ଇନିଂସ ଖେଳିଥିଲେ। ଦିନିକିଆରେ ବିଜୟ ଶଙ୍କର ଖେଳିଥିବା ୫ଟି ଇନିଂସ ହେଉଛି ୪୫,୪୬,୩୨,୨୬ ଓ ୧୬ ରନ। ଏଥିସହିତ ବିଜୟ ଶଙ୍କର ବୋଲିଂ କରି ୨ଟି ୱିକେଟ ମଧ୍ୟ ହାସଲ କରିଥିଲେ। ୯ଟି ମ୍ୟାଚରୁ ସେ ୩୩% ହାରରେ ବ୍ୟାଟିଂ କରି ୧୪୬ ରନ ସଂଗ୍ରହ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ହେଉଛି ୪୬ ରନ।

ବିଜୟ ଶଙ୍କର ମଧ୍ୟକ୍ରମରେ ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରଥମଶ୍ରେଣୀ କ୍ରିକେଟରେ ଜଣାଶୁଣା। ୪୧ଟି ପ୍ରଥମଶ୍ରେଣୀ ମ୍ୟାଚରୁ ୪୭.୭୦ ହାରରେ ମୋଟ ୨୯୯୯ ରନ ସଂଗ୍ରହ କରିଥିବା ବେଳେ ୧୧୧ ରନ ହେଉଛି ବିଜୟ ଶଙ୍କରଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ । ପ୍ରଥମଶ୍ରେଣୀ କ୍ରିକେଟରେ ୫୨ଟି ୱିକେଟ ମଧ୍ୟ  ତାଙ୍କ ନାମରେ ରହିଛି ଏବଂ ବୋଲିଂରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୫୨ ରନ ଦେଇ ୪ଟି ୱିକେଟ। ସେ ୬୭ଟି ଲିଷ୍ଟ ଏ ମ୍ୟାଚ ଖେଳି ୧୬୧୩ ରନ କରିଥିବା ବେଳେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ହେଉଛି ୧୨୯ ରନ। ଲିଷ୍ଟ ଏ ମ୍ୟାଚରେ ତାଙ୍କ ନାମରେ ୪୫ଟି ୱିକେଟ ମଧ୍ୟ ରହିଛି ।

Subscribe

National International State Sports Entertainment