Home >
ବିଶ୍ୱକପ ୨୦୧୯: ଇଂଲଣ୍ଡ ବିପକ୍ଷରେ ପ୍ରତ୍ୟାବର୍ତ୍ତନ କରିବେ ଗବ୍ବର
Khabar Odisha:Sports-cricket-odisha-shikhar-dhawan-could-comeback-against-england-on-30th-june
ଇଂଲଣ୍ଡ, ଜୁନ୍ ୧୨(ଖବର ଓଡିଶା) :

ଆଇସିସି କ୍ରିକେଟ ବିଶ୍ୱକପରେ ଭାରତର ଦ୍ୱିତୀୟ ମ୍ୟାଚରେ ଦମ୍‌ଦାର ଶତକୀୟ ଇନିଂସ ଖେଳିଥିଲେ ଟିମ୍ ଇଣ୍ଡିଆର ଗବ୍ବର ଶିଖର ଧାୱନ । କିନ୍ତୁ ଏହି ମ୍ୟାଚରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏହି ଆଘାତ କାରଣରୁ ସେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିପକ୍ଷରେ ହେବାକୁଥିବା ମ୍ୟାଚରେ ଖେଳିବେୈ ନାହିଁ । ଏବେ ତାଙ୍କର ଆଘାତକୁ ନେଇ ବଡ ଅପଡେଟ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ ମେଡିକାଲ ଟିମ୍ ସୂଚନା ଦେଇଛି ଯେ ଶିଖର ଧାୱନ ବହୁତ ଶୀଘ୍ର ଫିଟ୍ ହୋଇଯିବେ । 

ମେଡିକାଲ ଟିମରୁ ମିଳିଥିବା ସୂଚନା ଅନୁଯାୟୀ ଶିଖର ଧାୱନ ଇଂଲଣ୍ଡ ବପକ୍ଷରେ ଖେଳି ପାରିବେ । ବିଶ୍ୱକପରେ ଜୁନ ୩୦ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ ହେବା । ତେବେ ଧାୱନ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ, ଯାହା ଜୁନ ୨୨ ତାରିଖରେ ହେବାକୁ ଅଛି, ସେ ମ୍ୟାଚ ଭିତରେ ଫିଟ୍ ହୋଇଯିବେ । କିନ୍ତୁ ତାଙ୍କୁ ଆହୁରି ସୁସ୍ଥ ହେବକୁ ସମୟ ଦିଆଯାଇପାରେ । ଏହି ଆଘାତ କାରଣରୁ ଧାୱନ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିପାରିବେ ନାହିଁ । 

Subscribe

National International State Sports Entertainment