Home >
ଧୋନି ରହିଲେ ଅନ୍ୟ ଦଳଗୁଡିକରୁ ଟିମ୍ ଇଣ୍ଡିଆ ଅଧିକ ଶକ୍ତିଶାଳୀ ହୋଇଯାଏ: ବିରାଟ୍ କୋହଲି
Khabar Odisha:Sports-cricket-odisha-ms-dhoni-brings-experience-in-the-squad-and-we-are-richer-with-it-says-virat-kohli
ନୂଆଦିଲ୍ଲୀ, ମେ ୧୫ (ଖବର ଓଡିଶା):

ଆଇପିଏଲ ପରେ ଭାରତୀଯ଼ ଦଳ ଏବେ ବିଶ୍ବକପ ମିଶନ ପାଇଁ ଲାଗିପଡିଛି । ବହୁତ ଜଲଦି ଟିମ ଇଣ୍ଡିଆ ନିଜର ତୃତୀୟ ବିଶ୍ୱକପ ଟ୍ରଫି ହାସଲ କରିବା ଲକ୍ଷ୍ୟ ନେଇ ଇଂଲଣ୍ଡ ଗସ୍ତ କରିବ । ଏହା ପୂର୍ବରୁ ଟିମ୍ ଇଣ୍ଡିଆର ଅଧିନାୟକ ରେକର୍ଡ ମାଷ୍ଟର ବିରାଟ୍ କୋହଲି ଏବଂ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଟିମ୍ ଇଣ୍ଡିଆର ବିଶ୍ୱକପ ପ୍ଲାନ ଉପରେ ଏକ ଖବର କାଗଜ ସହିତ ଚର୍ଚ୍ଚା କରିଥିଲେ । ଏହି ବାର୍ତ୍ତାଳାପରେ ବିରାଟ୍ କୋହଲି ଓ ରବି ଶାସ୍ତ୍ରୀ ବିଶ୍ୱକପ ମିଶନରେ ଅନୁଭବୀ ଖେଳାଳି ତଥା ପୂର୍ବତନ ଅଧିନାୟକ ଧୋନି କାହିଁକି ଖାସ୍, ସେ କଥା କହିଥିଲେ । 

ବିରାଟ୍ କୋହଲି କହିଥିଲେ ଯେ ଧୋନି ଦଳରେ ଥିବା କାରଣରୁ ଟିମ୍ ଇଣ୍ଡିଆ ଅନୁଭବ ମାମଲାରେ ଅନ୍ୟ ଦଳଗୁଡିକ ମଧ୍ୟରେ ଅଧିକ ଶକ୍ତିଶାଳୀ ନଜର ଆସେ । ଧୋନିଙ୍କ ପାଇଁ ବିରାଟ କୋହଲି କହିଥିଲେ ଯେ, ମୁଁ ତାଙ୍କ ବଷୟରେ କଣ କହିପାରିବି । ମୁଁ ତାଙ୍କୁ ଦେଖି ଦେଖି ମୋ କ୍ୟାରିୟର ଆରମ୍ଭ କରିଛି ଏବଂ ଗତ କିଛି ବର୍ଷ ମଧ୍ୟରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ତାଙ୍କୁ ବହୁତ ନିକଟରୁ ଦେଖିଛନ୍ତି, ମୁଁ ବି ସେ ଭିତରୁ ଜଣେ । ଧୋନିଙ୍କ ଭିତରେ ଗୋଟେ କଥା ବହୁତ୍ ଖାସ୍ ଅଛି, ଯାହା ଅନ୍ୟ କିଛି ବି କଥା ଅପେକ୍ଷା ବେଶି ଗୁରୁତ୍ୱପୂର୍ଣ୍ଣ- ତାଙ୍କ ପାଇଁ ଦଳର ହିତ ଅନ୍ୟ ସବୁ ଜିନିଷ ଠାରୁ ବହୁତ ଅଧିକ ଅଟେ । ସେ ସବୁବେଳେ ଦଳ ବିଷୟରେ ହିଁ ଭାବିଥାନ୍ତି । ସେ ଦଳରେ ଥିବାରୁ ଆମ ଦଳ ଅନୁଭବ ମାମଲାରେ ସବୁଦଳ ଠାରୁ ଧନୀ । ଏହା ସହିତ ଯଦି ଆମେ ଷ୍ଟମ୍ପ ପଛରେ ସେ ନେଉଥିବା ୱିକେଟ୍ କଥା କହିବା, ସେ ୱିକେଟ ମଧ୍ୟରେ ଅଧିକାଂଶ ଏମିତି ୱିକେଟ ରହିଛି, ଯାହା ମ୍ୟାଚର ମୋଡ ବଦଳାଇ ଦେଇଛି । ନିକଟରେ ଆଇପିଏଲରେ ମଧ୍ୟ ସେ ଏମିତି ହିଁ କରିକି ଦେଖାଇଛନ୍ତି । 

ଏହା ସହିତ ବିରାଟ କହିଥିଲେ ଯେ, ଯଦି ମୁଁ ସଚ୍ଚୋଟତା ସହିତ କହିବି ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ ଧୋନିଙ୍କୁ ଏବେ ଅନେକ ଆଲୋଚନାର ସାମ୍ନାକରିବାକୁ ପଡୁଛି । ମୁଁ ଭାବୁଛି ଯେ ଲୋକମାନଙ୍କ ପାଖରେ ଧର‌୍ୟ୍ୟ ବହୁତ କମ ଅଛି । ଯେମିତି ହିଁ ତାଙ୍କର ଗୋଟିଏ ଦିନ ଖରାପ ଯାଉଛି, ଲୋକମାନେ କିଛି କହିଦେଉଛନ୍ତି । କିନ୍ତୁ ସତ୍ୟତା ହେଉଛି ଯେ ଏମଏସ୍ ଧୋନି କ୍ରିକେଟ ଜଗତର ବହୁତ୍ ସ୍ମାର୍ଟ ଖେଳାଳିମାନଙ୍କ ମଧ୍ୟରୁ ଜଣେ । ୱିକେଟ୍ ପଛରେ ଧୋନି କୌଣସି ଅମୂଲ୍ୟ ରତ୍ନ ଠାରୁ କମ୍ ନୁହଁନ୍ତି । ସେ ଦଳରେ ଥିବାରୁ ମୋତେ ମୋ କାମ କରିବାକୁ ସ୍ୱାଧିନତା ମିଳୁଛି । ଏମଏସଙ୍କ ଭଳି ଖେଳାଳି ଯଦି ଦଳ ସହିତ ରୁହନ୍ତି, ତେବେ ସେ ଅନୁଭବ ଆଧାରରେ ଦଳରେ ଚାର୍‌ଚାନ୍ଦ ଲାଗିଯିବ । 

Subscribe

National International State Sports Entertainment