Home >
ଇଂଲଣ୍ଡ ଦଳ ପାଇଁ ମୁଁ ଅନେକଥର ବଲ୍ ଟ୍ୟାମ୍ପରିଂ କରିଛି : ମଣ୍ଟି ପାନେସର
Khabar Odisha:Sports-cricket-odisha-monty-panesar-reveals-he-did-ball-tampering-for-his-team-england
ଇଂଲଣ୍ଡ, ମେ ୨୫ (ଖବର ଓଡିଶା):

ଇଂଲଣ୍ଡ ଦଳର ପୂର୍ବତନ ସ୍ପିନର ମଣ୍ଟି ପାନେସର ନିଜ ଦଳ ଉପରେ ବଲ ଟ୍ୟାମ୍ପରିଂର ଗମ୍ଭୀର ଆରୋପ ଲଗାଇଛନ୍ତି । ମଣ୍ଟି ନିଜର ବହି “ଦ ଫୁଲ ମଣ୍ଟି”ରେ ନିଜର କ୍ରିକେଟ ଅନୁଭବକୁ ନିଜ ଅନ୍ଦାଜରେ ଲେଖିଛନ୍ତି । ଏହି ବହିରେ ସେ ବଲ ଟ୍ୟାମ୍ପରିଂ କଥା ମଧ୍ୟ ସ୍ୱୀକାର କରିଛନ୍ତି ଏବଂ ଏହା ମଧ୍ୟ ଜଣାଇଛନ୍ତି ଯେ ତାଙ୍କର ପ୍ରମୁଖ ବୋଲର ଜେମ୍ସ ଆଣ୍ଡରସନଙ୍କର ସହଯୋଗ ପାଇଁ ଦଳର ସାଥୀ ଖେଳାଳି ଓ ସେ ନିଜେ ବଲ ଟ୍ୟାମ୍ପରିଂ କରୁଥିଲେ । 

ଇଂଲଣ୍ଡ ପାଇଁ ୨୦୦୬ରୁ ୨୦୧୩ ମଧ୍ୟରେ ୫୦ଟି ଟେଷ୍ଟ ଖେଳିଥିବା ଏହି ଷ୍ଟାର ବାମହାତୀ ସ୍ପିନର କହିଛନ୍ତି ଯେ, କେଉଁ କେଉଁ ଉପାୟରେ ତାଙ୍କ ଦଳ ବଲ ଟ୍ୟାମ୍ପରିଂ କରିଥାଏ । ମଣ୍ଟିଙ୍କ ଏହି ପୁସ୍ତକର କିଛି ଅଂଶ ଇଂଲଣ୍ଡର ନ୍ୟୁଜ ୱେବସାଇଟ୍ ଡେଲି ମେଲରେ ପ୍ରକାଶିତ ହୋଇଛି । 

ମଣ୍ଟିଙ୍କ ଏହି ଖୁଲାସା କ୍ରିକେଟ ଦୁନିଆକୁ ପୁଣିଥରେ ଟଳମଳ କରି ରଖିଦେଇଛି । ମଣ୍ଟିଙ୍କ ଖୁଲାସା କରିଛନ୍ତି ଯେ, ଲାର୍ ସହିତ ଯଦି ମିଣ୍ଟ ଓ ସନସ୍କ୍ରିନ ବ୍ୟବହାର ଯଦି ବଲର ସାଇନ୍ ଚମକାଇବା ପାଇଁ କରୁ, ତେବେ ବଲକୁ ରିଭର୍ସ ସ୍ୱିଙ୍ଗ କରିବାରେ ସହଯୋଗ ମିଳିଥାଏ । ଏହା ବ୍ୟତୀତ ସେ ଆହୁରି କହିଥିଲେ ଯେ, ମୁଁ ଜାଣିଶୁଣି ବଲକୁ ଚାଲାକିରେ ନିଜ ଟ୍ରାଉଜରର ଲାଗିଥିବା ଚେନରେ ଘଷୁଥିଲି, ଯେମିତି ବଲ ଆହୁରି ଖରାପ ହେବ ଓ ରିଭର୍ସ ସ୍ୱିଙ୍ଗରେ ସହଯୋଗ ମିଳିବ । 

Subscribe

National International State Sports Entertainment