Home >
କ୍ରିକେଟକୁ ଭଲ ପାଉଛନ୍ତି କି ? ନ ଖେଳି ବି ଏହି ଫିଲ୍ଡରେ କରିପାରିବେ କ୍ୟାରିୟର
Khabar Odisha:Sports-cricket-odisha-know-about-the-jobs-that-you-can-do-if-you-love-cricket
ଇଂଲଣ୍ଡ, ଜୁନ୍ ୧୨(ଖବର ଓଡିଶା) :

ଭାରତରେ କ୍ରିକେଟକୁ ନେଇ କେବଳ କ୍ରେଜ ନାହିଁ ଏହା ଏମିତି ଅକ କ୍ୟାରିୟର ଯେଉଁଥିରେ ବାର୍ଷିକ କୋଟି କୋଟି ଟଙ୍କା ରୋଜଗାର କରାଯାଉଛି । କିନ୍ତୁ ଏହା ସତ ଯେ ଜଣେ କ୍ରିକେଟର ଭାବେ ବହୁତ କମ ଲୋକ ନାମ କମାଇ ପାରନ୍ତି । କିନ୍ତୁ ଯଦି ଆପଣ କ୍ରିକେଟକୁ ଭଲ ପାଆନ୍ତି ଏବଂ ଆପଣ ଏହି ଫିଲ୍ଡରେ କ୍ୟାରିୟର କରିବାକୁ ଚାହୁଁଛନ୍ତି, ତେବେ କ୍ରିକେଟର ହେବା ବ୍ୟତୀତ ବି ଏହି ଫିଲ୍ଡରେ ରହିବା ସହିତ ଭଲ ଦରମା ମଧ୍ୟ ପାଇପାରିବେ । 

କ୍ରିକେଟ ପଡିଆରେ ଅମ୍ପାୟାରମାନଙ୍କର ବହୁତ ବଡ ଭୂମିକା ରହିଥାଏ । ଅମ୍ପାୟାର ହେବା ପାଇଁ ରାଜ୍ୟ ସ୍ତରୀୟ ସ୍ପୋର୍ଟ୍ସ ବଡି ପ୍ରକ୍ଟିକାଲ ଏବଂ ଲିଖିତ ପରୀକ୍ଷା କରାଇଥାଏ । ଏହି ପରୀକ୍ଷାରେ ପାସ୍ ହେବା ପରେ କୌଣସି ବ୍ୟକ୍ତି ବିସିସିଆଇ ଦ୍ୱାରା ଆୟୋଜିତ କରାଯାଉଥିବା ଅମ୍ପାୟାରିଂ ପରୀକ୍ଷା ଦେଇପାରିବେ । ଏକ ରିପୋର୍ଟ ଅନୁଯାୟୀ ଭାରତୀୟ ଅମ୍ପାୟାର ଅନିଲ ଚୌଧୁରୀ, ସିକେ ନନ୍ଦନ ଓ ସି ଶମଶୁଦ୍ଦୀନଙ୍କୁ ଆଇପିଏଲ ପାଇଁ ପ୍ରତିମାସ ୪୦ ଲକ୍ଷ ଟଙ୍କା ମିଳିଥାଏ । ଆନ୍ତର୍ଜାତୀୟ ମ୍ୟାଚଗୁଡିଗରେ ଏହାର ଦୁଇଗୁଣା ଟଙ୍କା ମିଳିଥାଏ । 

ଭିଡିଓ ଆନାଲିଷ୍ଟଙ୍କୁ ନିଜ ଦଳକୁ ଭିଡିଓ ଆନାଲିସିସ୍ କରିବାକୁ ପଡିଥାଏ । ସେମାନଙ୍କୁ ଏହା ପ୍ରସ୍ତୁତ କରିବାକୁ ପଡିଥାଏ ଯେ, କେଉଁ ଦଳର କେଉଁ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ କଣ କଣ ଦୁର୍ବଳତା ରହିଛି । ଭିଡିଓ ଆନାଲିଷ୍ଟ ହେବା ପାଇଁ ଟେକନୋଲୋଜିର ଶିକ୍ଷା ସହିତ କ୍ରିକେଟ ଉପରେ ସବୁକିଛି ଧାରଣା ହୋଇଥିବା ଆବଶ୍ୟକ । ପିଚ୍ କ୍ୟୁରେଟର, ମ୍ୟାଚ ରେଫରୀ, କ୍ରିକେଟ ଷ୍ଟାଟିଷ୍ଟିଆନ ହେବା ସହିତ କ୍ରିକେଟ ଉପକରଣ ତିଆରି କରି ବ୍ୟବସାୟ କଲେ ଅନେକ ଟଙ୍କା ରୋଜଗାର କରାଯାଇପାରିବ । 

Subscribe

National International State Sports Entertainment