Home >
ଓ୍ଵିକେଟ୍ କିପିଂ ଦକ୍ଷତା ଓ ଅନୁଭବ ଆଧାରରେ ପନ୍ତଙ୍କ ଉପରେ ଭାରି ପଡ଼ିଲେ କାର୍ତ୍ତିକ
Khabar Odisha:Sports-cricket-odisha-dinesh-karthik-can-play-under-pressure-and-it-goes-in-his-favor-says-selectors
ମୁମ୍ବାଇ,ଏପ୍ରିଲ୧୫(ଖବର ଓଡ଼ିଶା):

ବିଶ୍ଵ କପ୍ ପାଇଁ ଭାରତୀୟ ଦଳର ଘୋଷଣା ହୋଇ ଯାଇଛି। ଦଳ ପ୍ରବନ୍ଧକ ଅତିରିକ୍ତ ଓ୍ଵିକେଟ୍ କିପର ରୂପେ ଦିନେଶ କାର୍ତ୍ତିକଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ନମ୍ବର ୪ ପାଇଁ ଅମ୍ବତି ରାୟୁଡୁଙ୍କ ସ୍ଥାନରେ ବିଜୟ ଶଙ୍କର ଉପରେ ଚୟନକର୍ତ୍ତା ମୋହର ମାରିଛନ୍ତି। କାର୍ତ୍ତିକଙ୍କୁ ଦଳରେ ନେବା ନିଷ୍ପତ୍ତି ଉପରେ ଚୟନକର୍ତ୍ତାଙ୍କ କହିବା କଥା ଋଷଭ ପନ୍ତଙ୍କ ନାମରେ ବହୁତ ଆଲୋଚନା ହୋଇଛି, ମାତ୍ର ଓ୍ଵିକେଟ୍ କିପିଂ ଦକ୍ଷତା, ଅନୁଭବ ଓ ଖରାପ ସ୍ଥିତିରେ ଫିନିସର ଭୂମିକାକୁ ଦେଖି କାର୍ତ୍ତିକଙ୍କ ଉପରେ ଭରସା କରିଛନ୍ତି ଚୟନକର୍ତ୍ତା। 

ଦିନେଶ କାର୍ତ୍ତିକଙ୍କ ଅନୁଭବ ଉପରେ ଭରସା

ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ କହିଛନ୍ତି ଯେ, ଋଷଭ ପନ୍ତଙ୍କ ବିରୋଧରେ କିଛି ନଥିଲା। ତାଙ୍କୁ ନେଇ ଗୋଟିଏ ମାସ ବହୁତ ଚର୍ଚ୍ଚା ହୋଇଛି। ମାତ୍ର ସମସ୍ତ ପକ୍ଷକୁ ଦୃଷ୍ଟିରେ ରଖି ଆମେ ଚିନ୍ତା କଲୁ ଯେ ଦିନେଶଙ୍କ ଅନୁଭବ ଓ ଓ୍ଵିକେଟ୍ କିପିଂ କ୍ଷମତା ଦଳ ପାଇଁ ବହୁତ ଉପଯୋଗୀ ହେବ। କାର୍ତ୍ତିକ ବ୍ୟାଟିଂ ବିପର୍ଯ୍ୟୟ ସମୟରେ ଭଲ ଫିନିସର ଭୂମିକା ମଧ୍ୟ ନିଭାଉଛନ୍ତି। 

କାର୍ତ୍ତିକଙ୍କ ପକ୍ଷରେ ଗଲା ଏହି ସବୁ କଥା

ତାମିଲନାଡୁର ଏହି ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଦଳର ମଧ୍ୟକ୍ରମକୁ ଅନେକ ଥର ସମ୍ଭାଳିଛନ୍ତି। ସେ ଅନେକ ଥର ଦଳକୁ ସହଜ ବିଜୟ ମଧ୍ୟ ଦେଇଛନ୍ତି। ଆବଶ୍ୟକ ସମୟରେ ଅନେକ ଥର ବିସ୍ଫୋରକ ବ୍ୟାଟିଂ ମଧ୍ୟ କରିଛନ୍ତି। କଲମ୍ବୋରେ ଖେଳାଯାଇଥିବା ନିଦାହାସ ଟ୍ରଫିର ଫାଇନାଲରେ ସେ ବାଂଲାଦେଶ ବିପକ୍ଷରେ ୮ ବଲରୁ ୨୯ ରନର ଅପରାଜିତ ପାଳି ଖେଳି ଦଳକୁ ଅବିଶ୍ଵସନୀୟ ବିଜୟ ଦେଇଥିଲେ। 

ଡିକେଙ୍କ ପାଖରେ ପରିସ୍ଥିତିକୁ ସମ୍ଭାଳିବାର ରହିଛି କ୍ଷମତା 

ହୋଇପାରେ ପନ୍ତ ଲମ୍ବା ଲମ୍ଵା ଛକା ମାରନ୍ତି, ମାତ୍ର ପରିସ୍ଥିତି ଦୃଷ୍ଟିରୁ ତାଳମେଳ ରଖି ପାଳିକୁ ସମ୍ଭାଳିବାର କାମ କାର୍ତ୍ତିକ ଭଲ ଭାବେ କରନ୍ତି। ସେ ମୁସ୍କିଲ ପରିସ୍ଥିତିରେ ଗ୍ୟାପ୍ ଦେଖି ଚୌକା ମାରିବାରେ ମାହିର। ଚୟନକର୍ତ୍ତା ଏହା ମଧ୍ୟ କହିଛନ୍ତି ଯେ, ପନ୍ତ ବହୁତ ପ୍ରତିଭାବାନ ଏବଂ ଆମେ ଦୁଃଖିତ ଯେ ତାଙ୍କୁ ଦଳରେ ସାମିଲ କରି ପାରିଲୁ ନାହିଁ। ମାତ୍ର ତାଙ୍କ ପାଖରେ ବହୁତ ସମୟ ରହିଛି।

  • Tags:

Subscribe

National International State Sports Entertainment