Home >
୧ ବର୍ଷ ବ୍ୟାନ ପରେ ଡେଭିଡ୍ ୱାର୍ଣ୍ଣର ହାସଲ କଲେ ପ୍ରଥମ ଶତକ
Khabar Odisha:Sports-cricket-odisha-david-warner-century-icc-cricket-world-cup-2019-australia-pakistan-match
ଟାଂଟନ୍,ଜୁନ୍ ୧୨(ଖବର ଓଡିଶା):

ଆଇସିସିକ୍ରିକେଟ ବିଶ୍ୱକପ ୨୦୧୯ର ୧୭ତମ ମ୍ୟାଚରେ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ଯୋଡି ଅଧିନାୟକ ଆରୋନ ଫିଞ୍ଚ ଓ ଡେଭିଡ ୱାର୍ଣ୍ଣର ଦମ୍‌ଦାର ଆରମ୍ଭ କରିଥିଲେ । ଏହା ସହିତ ୧ ବର୍ଷର ବ୍ୟାନ ପରେ ଡେଭିଡ ୱାର୍ଣ୍ଣର ପ୍ରଥମ ଶତକ ହାସଲ କରିଛନ୍ତି । ବଲ ଟ୍ୟାମ୍ପରିଂ କେସ୍‌ରେ ଡେଭିଡ୍ ୱାର୍ଣ୍ଣର ଓ ଷ୍ଟିଭ୍ ସ୍ମିଥଙ୍କୁ ଏକ ବର୍ଷ ପାଇଁ ଆନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ କରାଯାଇଥିଲା । ତେବେ ବିଶ୍ୱକପରେ ପ୍ରତ୍ୟାବର୍ତ୍ତନ କରିବା ସହିତ ନିଜ କ୍ୟାରିୟରର ୧୫ ତମ ଶତକ ହାସଲ କରିଛନ୍ତି ଡେଭିଡ୍ ୱାର୍ଣ୍ଲର । 

ଡେଭିଡ୍ ୱାର୍ଣ୍ଣର ୧୧୧ଟି ବଲ ଖେଳି ୧୧ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୧୦୭ ରନ କରି ପାଭିଲିୟନକୁ ଫେରିଥିଲେ । ୩୭.୫ ଓଭରରେ ଶାହୀନ ଆଫ୍ରିଦଙ୍କ ବଲରେ ଇମାମ୍ ଉଲ୍ ହକଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ ୱାର୍ଣ୍ଣର । ତାଙ୍କ ସହିତ ପ୍ରାରମ୍ଭିକ ଯୋଡି ଭାବେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ଆରୋନ୍ ଫିଞ୍ଚ ମଧ୍ୟ ଦମ୍‌ଦାର ଇନିଂସ ଖେଳିଥିଲେ । ଫିଞ୍ଚ ୮୪ଟି ବଲରୁ ୬ଟି ଚୌକା ଓ ୪ଟି ଛକା ସହାୟତାରେ ୮୨ ରନ କରି ଆମିରଙ୍କ ବଲରେ ଆଉଟ ହୋଇଥିଲେ । 

ପାକିସ୍ତାନ ବିପକ୍ଷରେ ଆରମ୍ଭରୁ ୱାର୍ଣ୍ଣର ଜବରଦସ୍ତ ଫର୍ମରେ ନଜର ଆସିଥିଲେ । ସେ ଚଳିତ ବିଶ୍ୱକପରେ ପ୍ରଥମଥର ପାଇଁ ନିଜ ଚିରାଚରିତ ଅନ୍ଦାଜରେ ବ୍ୟାଟିଂ କରିଥିଲେ । ୱାର୍ଣ୍ଣର ଓ ଫିଞ୍ଚ ପ୍ରଥମ ୱିକେଟ ପାଇଁ ୧୪୬ ରନ ଯୋଡିଥିଲେ । ଭାରତ ବିପକ୍ଷରେ ୱାର୍ଣ୍ଣରଙ୍କ ଧିମା ବ୍ୟାଟିଂକୁ ବହୁତ ଚର୍ଚ୍ଚା ହୋଇଥିଲା । ଭାରତ ବିପକ୍ଷରେ ୮୪ଟି ବଲ ଖେଳି ୱାର୍ଣ୍ଣର ମାତ୍ର ୫୬ ରନ କରିଥିଲେ । ଆଇପିଏଲରେ ଦମ୍‌ଦାର ଫର୍ମରେ ନଜର ଆସିବା ସହିତ ୬୯୨ ରନ କରି ଅରେଞ୍ଜ କ୍ୟାପ ଜିତିଥିଲେ । 

Subscribe

National International State Sports Entertainment