Home >
ଡେଭିଡ୍ ୱାର୍ଣ୍ଣରଙ୍କ ଡେୟାରିଂ ଇନିଂସ ସହାୟତାରେ ପାକିସ୍ତାନକୁ ୩୦୮ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ
Khabar Odisha:Sports-cricket-odisha-aus-vs-pak-match-17-icc-cricket-world-cup-2019-aus-set-308-target-for-pak
ଟାଂଟନ୍,ଜୁନ୍ ୧୨(ଖବର ଓଡିଶା) :

ଡେଭିଡ ୱାର୍ଣ୍ଣରଙ୍କ ଦମ୍‌ଦାର ଶତକ ଓ ଅଧିନାୟକ ଆରୋନ ଫିଞ୍ଚଙ୍କ ଅର୍ଦ୍ଧଶତକ ସହାୟତାରେ ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ର ୧୭ତମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୪୯ ଓଭରରେ ୩୦୭ ରନ କରି ଅଲଆଉଟ୍ ହୋଇଛି । ୱାର୍ଣ୍ଣର ଓ ଫିଞ୍ଚଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଖାସ୍ ପ୍ରଦର୍ଶନ କରିପାରିନଥିଲେ । ଏହା ସହିତ ମ୍ୟାଚକୁ ଜିତିବା ପାଇଁ ପାକିସ୍ତାନକୁ ନିର୍ଦ୍ଧାରିତ ୫୦ ଓଭରରେ ୩୦୮ ରନ କରିବାକୁ ପଡିବ ।

ଆଜି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଁ ପଡିଆକୁ ଓହ୍ଲାଇଥିଲେ ଅଷ୍ଟ୍ରେଲିଆର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଡେଭିଡ୍ ୱାର୍ଣ୍ଣର ଓ ଅଧିନାୟକ ଆରୋନ ଫିଞ୍ଚ । ଆମନ୍ତ୍ରଣକୁ ସ୍ୱକାର କରିବା ସହିତ ଅଷ୍ଟ୍ରେଲିଆକୁ ଦମ୍‌ଦାର ଆରମ୍ଭ ଦେଇଥିଲେ ୱାର୍ଣ୍ଣର ଓ ଫିଞ୍ଚ । ଦୁହେଁ ପ୍ରଥମ ୱିକେଟ ପାଇଁ ୧୪୬ ରନ ଯୋଡିଥିଲେ । 

ଆରୋନ ଫିଞ୍ଚ ୮୪ଟି ବଲ ଖେଳି  ୬ଟି ଚୌକା ଓ ୪ଟି ଛକା ସହାୟତାରେ ୮୨ ରନ କରି ଆମିରଙ୍କ ବଲରେ ଆଉଟ ହୋଇଥିଲେ । ଡେଭିଡ ୱାର୍ଣ୍ଣର ପ୍ରତ୍ୟାବର୍ତ୍ତନ କରି ପ୍ରଥମ ଶତକ ହାସଲ କରିବା ସହିତ ନିଜ କ୍ୟାରିୟରର ୧୫ ତମ ଶତକ ମାରିଥିଲେ । ୱାର୍ଣ୍ଣର ୧୧୧ଟି ବଲ ଖେଳି ୧୧ଟି ଚୌକା ଓ ଗୋଟିଏ ଛକା ସହାୟତାରେ ସର୍ବାଧିକ ୧୦୭ ରନ କରି ପାଭିଲିୟନକୁ ଫେରିଥିଲେ । ୩୭.୫ ଓଭରରେ ଶାହୀନ ଆଫ୍ରିଦଙ୍କ ବଲରେ ଇମାମ୍ ଉଲ୍ ହକଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ ୱାର୍ଣ୍ଣର । ୱାର୍ଣ୍ଣର ଓ ଫିଞ୍ଚଙ୍କ ବ୍ୟତୀତ ଅନ୍ୟ କେହି ଭଲ ପ୍ରଦର୍ଶନ କରିପାରିନଥିଲେ । ପାକିସ୍ତାନ ପକ୍ଷରୁ ଘାତକ ବୋଲିଂ କରିଥିଲେ ମହମ୍ମଦ ଆମିର । ସେ ୧୦ ଓଭର ବୋଲିଂ କରି ମାତ୍ର ୩୦ ରନ ଦେଇ ସର୍ବାଧିକ ୫ଟି ୱିକେଟ ହାସଲ କରିଥିଲେ । ତେବେ ପାକିସ୍ତାନକୁ ଏହି ମ୍ୟାଚକୁ ଜିତିବା ପାଇଁ ୫୦ ଓଭରରେ ୩୦୮ ରନ କରିବାକୁ ପଡିବ । 

Subscribe

National International State Sports Entertainment