Home >
ଜୁନ ୧୬ରେ ଭାରତ ପାକିସ୍ତାନ ବିଶ୍ଵକପ ମ୍ୟାଚ, ଜାଣନ୍ତୁ ଟିମ୍ ଇଣ୍ଡିଆର ସମ୍ପୂର୍ଣ୍ଣ ମ୍ୟାଚ ସିଡ୍ୟୁଲ
Khabar Odisha:Sports-cricket-odisha-India-vs-Pakistan-on-16th-June-know-the-full-schedule
ନୂଆଦିଲ୍ଲୀ, ଏପ୍ରିଲ ୧୫ (ଖବର ଓଡିଶା) :

ମେ' ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ବିଶ୍ଵକପ। ଏହି ବିଶ୍ଵକପ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରିସାରିଛି ବିସିସିଆଇ। ବିଶ୍ୱକପର ପ୍ରଥମ ମୁକାବିଲା ମେ' ୩୦ ତାରିଖରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଜୁନ ୫ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତାର ବିଶ୍ଵକପ ଅଭିଯାନ ଆରମ୍ଭ କରିବ।

ଚଳିତ ବର୍ଷ ୧୦ଟି ଦଳ ଆଇସିସି ବିଶ୍ଵକପ ଟୁର୍ନାମେଣ୍ଟରେ ଭାଗ ନେଇଥିବା ବେଳେ ୧୯୯୨ ଫର୍ମାଟରେ ସମସ୍ତ ମ୍ୟାଚ ଖେଳାଯିବ। ଚଳିତ ବର୍ଷ ବିଶ୍ଵକପରେ ଗ୍ରୁପ ସିଷ୍ଟମକୁ ବାଦ ଦିଆଯାଇଛି। ତେଣୁ ଲିଗ୍ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ପ୍ରତ୍ୟେକ ଦଳ ସହିତ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବେ। ପ୍ରଥମ ଚାରୋଟି ଦଳ ସେମିଫାଇନାଲ୍ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବେ। ଏକ ନମ୍ବର ଦଳ ଚତୁର୍ଥ ସ୍ଥାନରେ ଥିବା ଦଳ ସହିତ ପ୍ରଥମ ସେମିଫାଇନାଲ୍ ଖେଳିବ ଏବଂ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ ମଧ୍ୟରେ ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ।

ବିଶ୍ଵକପରେ ସବୁଠାରୁ ହାଇ ଭୋଲଟେଜ୍ ମୁକାବିଲା ମଧ୍ୟରେ ଭାରତ-ପାକିସ୍ତାନ ମୁକାବିଲା ସବୁଠାରୁ ଆଗରେ ରହିଛି। ଜୁନ ୧୬ରେ ମାଞ୍ଚେଷ୍ଟର ଠାରେ ଏହି ହାଇ ଭୋଲଟେଜ୍ ମୁକାବିଲା ଖେଳାଯିବ । ୨୦୧୭ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ଠାରୁ ମିଳିଥିବା ପରାଜୟର ଦୁଇ ବର୍ଷ ପରେ ବଦଲା ନବାର ସୁଯୋଗ ରହିବ। ତେବେ ବିଶ୍ଵକପରେ ପାକିସ୍ତାନ ଉପରେ ଭାରତର ସ୍ଥିତି ଜବରଦସ୍ତ ରହିଛି। ଅଦ୍ୟାବଧି ବିଶ୍ଵକପରେ ପାକିସ୍ତାନ ଭାରତ ବିପକ୍ଷରେ କୌଣସି ମ୍ୟାଚ ଜିତି ପାରିନାହିଁ।

ଭାରତର ମ୍ୟାଚ ତାଲିକା -

୧) ଜୁନ ୫ - ଦକ୍ଷିଣ ଆଫ୍ରିକା ବନାମ୍ ଭାରତ

୨) ଜୁନ ୯ - ଭାରତ ବନାମ୍ ଅଷ୍ଟ୍ରେଲିଆ

୩) ଜୁନ ୧୩ - ଭାରତ ବନାମ୍ ନ୍ୟୁଜିଲାଣ୍ଡ

୪) ଜୁନ ୧୬ - ଭାରତ ବନାମ୍ ପାକିସ୍ତାନ

୫) ଜୁନ ୨୨ - ଭାରତ ବନାମ୍ ଆଫଗାନିସ୍ତାନ

୬) ଜୁନ ୨୭ - ଭରତ ବନାମ୍ ୱେଷ୍ଟଇଣ୍ଡିଜ

୭) ଜୁନ ୩୦ - ଇଂଲଣ୍ଡ ବନାମ୍ ଭାରତ

୮) ଜୁଲାଇ ୨ - ବାଂଲାଦେଶ ବନାମ୍ ଭାରତ

୯) ଜୁଲାଇ ୬ - ଶ୍ରୀଲଙ୍କା ବନାମ୍ ଭାରତ

Subscribe

National International State Sports Entertainment