ବ୍ରାଉନ୍ ସୁଗାର ବେପାରୀଙ୍କୁ କାବୁ କଲା ସ୍ପେଶାଲ ସ୍କ୍ୱାର୍ଡ଼, ୪୦ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ ବାଲିପାଟଣା,ସେପ୍ଟେମ୍ବର ୨୫(ଖବର ଓଡିଶା): Share story: ବାଲିଅନ୍ତା ପୋଲିସ ଏବଂ ସ୍ପେଶାଲ ସ୍କ୍ୱାର୍ଡ଼ ବାଲିଅନ୍ତା ଛକ ନିକଟ ମହାତ୍ମା ସେତୁ ନିକଟରୁ ୩ ଜଣ କୁଖ୍ୟାତ ବ୍ରାଉନ୍ ସୁଗାର ବେପାରୀଙ୍କୁ କାବୁ କରିଛି । ସେମାନଙ୍କ ନିକଟରୁ ୪୦୦ ଗ୍ରାମ ବ୍ରାଉନ୍ ସୁଗାର ଜବତ ହୋଇଛି । ଯାହାର ମୂଲ୍ୟ ପାଖାପାଖି ୪୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ତେବେ ୩ ବ୍ରାଉନ୍ ସୁଗାର ବେପାରୀ ହେଉଛନ୍ତି ଜଳେଶ୍ଵର ରାଜପୁରର ସେଖ୍ ମୁନା , ଅଫତାର ହୁସେନ୍ ଏବଂ ଇସମାଇଲ୍ ଖାଁନ୍ । ଶନିବାର ଅପରାହ୍ନରେ ଏହି ତିନି ଅଭିଯୁକ୍ତ ଏକ ସ୍କୁଟରରେ ଜଳେଶ୍ଵରରୁ ବ୍ରାଉନ୍ ସୁଗାର ଆଣି ଭୁବନେଶ୍ଵର ଏବଂ ଖୋର୍ଦ୍ଧାରେ ବିକ୍ରି କରନ୍ତି। ତେବେ ଏନେଇ ବିଶେଷ ସୂତ୍ରରୁ ଖବର ପାଇ ବାଲିଅନ୍ତା ପୋଲିସ ଏବଂ ସ୍ପେଶାଲ୍ ସ୍କାର୍ଡ ଏମାନଙ୍କୁ ପିଛା କରି ବାଲିଅନ୍ତା ମହାତ୍ମା ସେତୁ ଉପରେ ଧରିଥିଲା । ବ୍ରାଉନ୍ ସୁଗାର ସହିତ TVS ସ୍କୁଟର, ୨ଟି ମୋବାଇଲ ଏବଂ ୫୦୦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ୍ । ଖବର ଓଡ଼ିଶା, Reporter, 25/09/2022