ପ୍ରାୟ ଏକ ସପ୍ତାହ ବିଳମ୍ବରେ କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଆଜି କେରଳ ଛୁଇଁବା ନେଇ ଆଇଏମ୍ଡି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାର ପ୍ରଭାବରେ କେରଳରେ ପାଣିପାଗ ବଦଳିଛି କି ନାହିଁ, ବର୍ଷା ହେଉଛି ନା ନାହିଁ ସେ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡ଼ିନି। ଗତବର୍ଷ ମେ’ ୨୯ ତାରିଖରେ ମୌସୁମୀ କେରଳ ଛୁଇଁଥିଲା।
କେରଳ ଛୁଇଁବାର ପ୍ରାୟ ୧୦ ଦିନ ପରେ ସାଧାଣରତଃ ମୌସୁମୀ ବାୟୁ ଓଡ଼ିଶାକୁ ପ୍ରଭାହିତ ହୋଇଥାଏ । ତେଣୁ ଜୁନ ୪ରେ ମୌସୁମୀ କେରଳ ଛୁଇଁବାକୁ ଥିବା ବେଳେ ଜୁନ ୧୪ ଅର୍ଥାତ ରଜ ବେଳକୁ ଓଡ଼ିଶାରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ଥିଲା । ତେବେ କେରଳରେ ବିଳମ୍ବ ହୋଇଥିବାରୁ ଚଳିତ ବର୍ଷ ମୌସୁମୀ କେବେ ଓଡ଼ିଶା ଛୁଇଁବ ସେ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇନି ।
ମୌସୁମୀ ସାଧାରଣତଃ ପ୍ରତି ବର୍ଷ ଜୁନ୍ ପହିଲା ସୁଦ୍ଧା ଓ ୧୨ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁଥାଏ । ମାତ୍ର ଚଳିତ ବର୍ଷ କେରଳକୁ ସପ୍ତାହେ ଡେରିରେ ଆସିଥିବାରୁ ଓଡ଼ିଶାରେ ବି ଡେରି ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ । ତେବେ କେବେ ଓଡ଼ିଶା ଛୁଇଁବ ସେ ନେଇ ନିର୍ଦ୍ଦିଷ୍ଟ କିଛି ତଥ୍ଯ ଆକଳନ ହୋଇନି ।