Home >
ସଞ୍ଜୁ ସାମସନଙ୍କୁ ରିଟେନ୍ କଲା ରାଜସ୍ଥାନ ରୟାଲ୍ସ...
Khabar Odisha:Sanju-Samson-to-be-done-by-Rajasthan-Royals-

ନୁଆଦିଲ୍ଲୀ, ନଭେମ୍ବର ୨୬(ଖବର ଓଡ଼ିଶା): ସଞ୍ଜୁ ସାମସନ ରାଜସ୍ଥାନ ରୟାଲ୍ସ ସହିତ ନିଜର ଆଇପିଏଲ୍ ଅଭିଯାନ ଜାରି ରଖିବେ । ଅନ୍ୟପକ୍ଷରେ କେଏଲ ରାହୁଲ ପଞ୍ଜାବ କିଙ୍ଗସ ଛାଡି ପାରନ୍ତି। ସୂଚନା ମୁତାବକ ଫ୍ରାଞ୍ଚାଇଜ୍ ଦ୍ୱାରା ରଖାଯାଇଥିବା ଖେଳାଳି ତାଲିକାର ଶୀର୍ଷରେ ସଞ୍ଜୁ ସାମସନ୍‌ଙ୍କୁ ସ୍ଥାନିତ କରାଯାଇଛି। ରାଜସ୍ଥାନ ରୟାଲ୍ସର ଅଧିନାୟକ ଭାବରେ ସଞ୍ଜୁ ଜାରି ରଖିବାକୁ ରାଜି ହୋଇଛନ୍ତି। ତାଙ୍କୁ ୧୪ କୋଟି ଟଙ୍କାରେ ଫ୍ରାଞ୍ଚାଇଜ୍ ଚୁକ୍ତିବଦ୍ଧ କରିଛି। ପୁର୍ବରୁ ସାମସନ୍ ୨୦୧୮ ରେ ୮ କୋଟି ଟଙ୍କାରେ ରୟାଲ୍ସରେ ଯୋଗ ଦେଇଥିଲେ। 

ତାଙ୍କୁ ଆଇପିଏଲର ୧୪ ତମ ସିଜନରେ ଅଧିନାୟକତ୍ୱ ମଧ୍ୟ ଦିଆଯାଇଥିଲା । ତଥାପି ସେ ଦଳକୁ ପ୍ଲେ-ଅଫକୁ ନେଇପାରିଲେ ନଥିଲେ । ୠତ ସିଜନରେ ସେ ୧୩୭ ଷ୍ଟ୍ରାଇକ୍ ରେଟ୍ ରେ ୪୮୪ ରନ୍ ସ୍କୋର କରି ବ୍ୟାଟ୍ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ । ସଞ୍ଜୁଙ୍କ ବ୍ୟତୀତ ରାଜସ୍ଥାନ ରୟାଲ୍ସ ଜସ୍ ବଟଲର ଏବଂ ଯଶାସଭି ଜୈସୱାଲଙ୍କୁ ମଧ୍ୟ ନିଜର ସ୍ଥାନ ବଜାୟ ରଖିପାରନ୍ତି । ଏହା ସହିତ, ଫ୍ରାଞ୍ଚାଇଜ୍ ଜୋଫ୍ରା ଆର୍ଚର ଏବଂ ବେନ୍ ଷ୍ଟୋକ୍ସକୁଙ୍କୁ ମଧ୍ୟ ରଖିବାକୁ ଯେଅଜନା କରୁଥିବା ସୂଚନା ମିଳିଛି । 

  • Tags:

Subscribe

National International State Sports Entertainment