ପଞ୍ଜାବ ବିଧାନସଭା ନିର୍ବାଚନ: ଅମ୍ରିତସର ରୁ ଲଢିବେ ନବଜୋତ ସିଂ ସିଦ୍ଧୁ ପଞ୍ଜାବ ,ଜାନୁଆରୀ 15(ଖବର ଓଡ଼ିଶା): Share story: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ୮୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଧମକୌର ସାହିବ ପାଇଁ ଲଢିବାକୁ ଯାଉଥିବା ବେଳେ ପୁର୍ବ ଅମ୍ରିତସର ରୁ ନବଜୋତ ସିଂ ସିଦ୍ଧୁ ନିର୍ବାଚନ ଲଢିବେ । ସେହିପରି ମୋଗାରୁ ବଲିଉଡ଼୍ ଅଭିନେତା ସୋନି ସୁଦ୍ଙ୍କ ଭଉଣୀ ମାଳବିକା ମଇଦାନ୍ କୁ ଓହ୍ଲାଇଛନ୍ତି । ଦେଶରେ କରୋନାର ୩ୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ଭାରତୀୟ ନିର୍ବାଚନ ଆୟୋଗ ଆଜି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଏହି ୫ଟି ରାଜ୍ୟ ହେଲା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର । ଏହି ୫ଟି ରାଜ୍ୟର ମୋଟ ୬୯୦ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ସେଗୁଡ଼ିକ ମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ ୪୦୩ଟି ଆସନରେ, ପଞ୍ଜାବର ୧୧୭ ଆସନ, ଉତ୍ତରାଖଣ୍ଡର ୭୦ ଆସନ, ମଣିପୁରର ୬୦, ଗୋଆର ୪୦ଟି ଆସନ ରହିଛି । ଖବର ଓଡ଼ିଶା, Reporter, 15/01/2022