Home >
୫ ବର୍ଷ ନିଷ୍ଠାର ସହିତ କାମ କରିଛି, କୌଣସି ଦାଗ ଲାଗିବାକୁ ଦେଇ ନାହିଁ: ପିଏମ ମୋଦୀ
Khabar Odisha:Politics-odisha-narendra-modi-bjp-pm-modi-interview-loksabha-election
ନୂଆଦିଲ୍ଲୀ,ଏପ୍ରିଲ୧୫(ଖବର ଓଡ଼ିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଏକ ଟିଭି ଚ୍ୟାନେଲ ଡିଡି ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ କଂଗ୍ରେସ ଉପରେ ଜୋରଦାର ହମଲା କରିଛନ୍ତି। ପିଏମ ମୋଦୀ  କୃଷକ, ଗରିବ ଓ ବଞ୍ଚିତ ଲୋକଙ୍କ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଘେରିଛନ୍ତି। କିସାନ ସମ୍ମାନ ନିଧି ଯୋଜନା ବିଷୟରେ ଉଲ୍ଲେଖ କରି ପିଏମ ମୋଦୀ କଂଗ୍ରେସ ଦ୍ଵାରା କରାଯାଇଥିବା ଋଣଛାଡ଼କୁ ନେଇ ବର୍ଷିଛନ୍ତି। ମୋଦୀ କହିଛନ୍ତି ଯେ ଏନଡିଏ ସରକାର ୧୦ ବର୍ଷ ଭିତରେ କୃଷକଙ୍କ ବ୍ୟାଙ୍କ ଖାତାରେ ଡିବିଟି ମାଧ୍ୟମରେ ୭ ଲକ୍ଷ ୫୦ କୋଟି ଟଙ୍କା ହସ୍ତାନ୍ତର କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୫ ବର୍ଷର ଶାସନକାଳରେ ନିଷ୍ଠାର ସହିତ କାମ କରିଛି। କୌଣସି ଦାଗ ଲାଗିବାକୁ ଦେଇନାହିଁ। କଂଗ୍ରେସ କୃଷକଙ୍କୁ ଋଣଛାଡ଼ ନାମରେ ଧୋକା ଦେଇଛି।  କଂଗ୍ରେସ ରାଜନୈତିକ ମାହୋଲ ପାଇଁ କୃଷକଙ୍କ ଋଣ ଛାଡ଼ କରିଛି।  ଯେବେ କେନ୍ଦ୍ରରେ ୟୁପିଏ ସରକାର ଥିଲା, ତେବେ କୃଷକଙ୍କ ପାଇଁ ୬ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ ହୋଇଥିଲା। ସରକାର ହେବା ପରେ ମାତ୍ର ୭୨ ହଜାର କୋଟି ଟଙ୍କା ଋଣ ଛାଡ଼ ହୋଇଥିଲା। ଏଥିରେ କିଛି ଲୋକଙ୍କ ଋଣ ଛାଡ଼ ହୋଇଥିଲା।

ପିଏମ ମୋଦୀ କହିଛନ୍ତି ଯେ,  ଆମେ ଏକ ଯୋଜନା କରିଛୁ, ଯେଉଁ ଆଧାରରେ ୭ ଲକ୍ଷ ୫୦ ହଜାର କୋଟି ଟଙ୍କା ୧୦ ବର୍ଷରେ କୃଷକଙ୍କ  ବ୍ୟାଙ୍କ ଖାତାରେ ସିଧାସଳଖ ଜମା ହେବ। ଏହାର ଫାଇଦା ଦେଶର ୫ ଏକର କିମ୍ବା ଏଥିରୁ କମ ଜମି ଥିବା ଲୋକଙ୍କୁ ମିଳିବ। ଏଥିରେ ଦେଶର ଅଧିକାଂଶ କୃଷକ ଉପକୃତ ହେବେ।

  • Tags:

Subscribe

National International State Sports Entertainment