Home >
ପୁଣି ମଞ୍ଚରେ କାନ୍ଦିଲେ କୁମାରସ୍ଵାମୀ, କହିଲେ- ଲୋକେ କହୁଛନ୍ତି ପ୍ରତିଦିନ ମୁଖ୍ୟମନ୍ତ୍ରୀ ରୂପେ ମୋର ହେଉଛି ଶେଷ ଦିନ
Khabar Odisha:Politics-odisha-hd-kumaraswamy-crying-in-election-rally-karnataka-lok-sabha-elections-2019
ନୂଆଦିଲ୍ଲୀ,ଏପ୍ରିଲ୧୬(ଖବର ଓଡ଼ିଶା):

ନିର୍ବାଚନ ପ୍ରଚାର ସମୟରେ ନେତା ଭାବୁକ ହୋଇ ଭୋଟରଙ୍କଠୁ ସମର୍ଥନ ପାଇଁ ଅପିଲ କରିବା କୌଣସି ନୂତନ କଥା ନୁହେଁ। ଏହି  କ୍ରମରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ଵାମୀ ପୁଣି ଥରେ ଜନତାଙ୍କ ସମ୍ମୁଖରେ ଭାବୁକ ହୋଇ ନିଜର ଲୁହକୁ ରୋକି ପାରିନଥିଲେ। ଏକ ରାଲିରେ ସେ କହିଛନ୍ତି ଯେ, ମୋ ବିଷୟରେ ମିଡ଼ିଆରେ କ୍ରମାଗତ କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀ ରୂପେ ଏହା ହେଉଛି ମୋର ଶେଷ ଦିନ। 

ଏତିକି କହି ସେ ଭାବୁକ ହୋଇ ପଡ଼ିଥିଲେ। ମାଣ୍ଡ୍ୟାରେ ଆୟୋଜିତ ଜନସଭାରେ ସେ କହିଛନ୍ତି ଯେ, ମିଡିଆ କ୍ରମାଗତ କହୁଛି ଯେ, ମୋର ମୁଖ୍ୟମନ୍ତ୍ରୀ ରୂପେ ଏହା  ହେଉଛି ଶେଷ ଦିନ। ମୋ ବିଷୟରେ ଭୁଲ ଖବର ପ୍ରଚାର କରାଯାଉଛି।

ଉଲ୍ଲେଖଯୋଗ୍ୟ ମାଣ୍ଡ୍ୟା ସିଟରେ ଏଚଡି କୁମାରସ୍ଵାମୀଙ୍କ ପୁତ୍ର ନିଖିଲ କୁମାରସ୍ଵାମୀ ନିର୍ବାଚନ ଲଢୁଛନ୍ତି। ଏହି କାରଣରୁ ଜେଡିଏସ ପୁରା ଶକ୍ତି ଲଗାଇ ଏଠାରେ ନିର୍ବାଂଚନ ଲଢୁଛି। ଏହା ପୂର୍ବରୁ ଅନେକ ଥର ମୁଖ୍ୟମନ୍ତ୍ରୀ କୁମାରସ୍ଵାମୀ ମଞ୍ଚରେ ଭାବୁକ ହୋଇ ପଡ଼ିଥିଲେ। ନିକଟରେ ତାଙ୍କ ପିତା ଓ ପୂର୍ବତନ ପ୍ରଧାନମନ୍ତ୍ରୀ  ଏଚଡି ଦେବେଗୌଡ଼ା ମଧ୍ୟ ମିଡିଆ  ସାମ୍ନାରେ ନିଜର ଲୁହ ରୋକି ପାରିନଥିଲେ। 

ଉଲ୍ଲେଖନୀୟ, କର୍ଣ୍ଣାଟକରେ ୨୮ ସିଟ୍ ପାଇଁ ମତଦାନ ଏପ୍ରିଲ ୧୮ ଓ ୨୩ରେ ହେବ। ଗତ ଲୋକସଭା ନିର୍ବାଚନରେ ଏଠାରେ ବିଜେପି ୧୭ଟି ଆସନରେ ବିଜୟୀ ହୋଇଥିଲା।

  • Tags:

Subscribe

National International State Sports Entertainment