Home >
ମୋଦୀଙ୍କ ମାର୍ଗରେ ରାହୁଲ, ଦୁଇଟି ସିଟରେ ଲଢି ପାରନ୍ତି ନିର୍ବାଚନ
Khabar Odisha:Politics-odisha-Rahul-gandhi-may-contest-from-south-india-too-besides-amethi
ନୂଆଦିଲ୍ଲୀ,ମାର୍ଚ୍ଚ୧୫(ଖବର ଓଡ଼ିଶା):

ଆମେଠି ଲୋକସଭା ସିଟରୁ ତିନି ଥର ସାଂସଦ ତଥା କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଥର କୌଣସି ଅନ୍ୟ ସିଟରୁ ମଧ୍ୟ ନିର୍ବାଚନ ଲଢି ପାରନ୍ତି। ଆମେଠି ବ୍ୟତୀତ ସେ ଦକ୍ଷିଣ ଭାରତର କୌଣସି ସିଟରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି।  କଂଗ୍ରେସ ପାର୍ଟିର କାର୍ଯ୍ୟକର୍ତ୍ତା ମଧ୍ୟ ଦାବି କରୁଛନ୍ତି ଯେ, ରାହୁଲ ଆମେଠି ସହିତ ଆଉ ଏକ ସିଟରୁ ନିର୍ବାଚନ ଲଢନ୍ତୁ। 

ସୂତ୍ର ମୁତାବକ, କଂଗ୍ରେସ ଯୋଜନା କରୁଛି ଯେ, ଯଦି ରାହୁଲ ଗାନ୍ଧୀ ଆଉ ଏକ ସିଟରୁ ନିର୍ବାଚନ ଲଢନ୍ତି ତେବେ ଏହାର ପ୍ରଭାବ ଆଖ ପାଖ ସିଟରେ ମଧ୍ୟ ପଡ଼ିବ ଏବଂ ଏହାର ଫାଇଦା କଂଗ୍ରେସକୁ ମିଳିପାରେ। ଖାସ୍ କରି ଦକ୍ଷିଣ ଭାରତରେ ଯଦି ରାହୁଲ ନିଜର ଅସ୍ଥିତ୍ଵ ଜାହିର କରନ୍ତି ତେବେ ହିନ୍ଦୀ ଭାଷାଭାଷି ଅଞ୍ଚଳରେ କଂଗ୍ରେସକୁ ହେଉଥିବା କ୍ଷତିକୁ ଏଠାରୁ ଭରଣା କରାଯାଇପାରିବ।

ପ୍ରଧାନମନ୍ତ୍ରୀ ଲଢିଥିଲେ ଦୁଇଟି ସିଟରେ ନିର୍ବାଚନ

ଗତ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ଓ ଭଦୋଦରା ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ। ତେଣୁ ଏବେ କଂଗ୍ରେସ କାର୍ଯ୍ୟକର୍ତ୍ତା ମଧ୍ୟ ରାହୁଲ ଦୁଇଟି ଆସନରୁ ଲଢନ୍ତୁ ବୋଲି ଚାହୁଁଛନ୍ତି। ଏହା ପୂର୍ବରୁ ରାହୁଲ ମହାରାଷ୍ଟ୍ରର ନାନ୍ଦେଡ଼ରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜାରି ରହିଥିଲା। 

୨୦୦୪ରୁ ଆମେଠିର ସାଂସଦ ଅଛନ୍ତି ରାହୁଲ

ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ୨୦୦୪ ମାର୍ଚ୍ଚରେ ରାଜନୀତିରେ ପ୍ରବେଶ କରିଥିଲେ। ଏହା ପରଠୁ ସେ କ୍ରମାଗତ ତିନି ଥର ଉତ୍ତର ପ୍ରଦେଶର ଆମେଠି ଲୋକସଭା କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ପ୍ରଥମ ଥର ଏହି ସିଟରୁ ସେ ୨୦୦୪ ମେରେ ନିର୍ବାଚିତ ହୋଇଥିଲେ। 

  • Tags:

Subscribe

National International State Sports Entertainment