Home >
ପୁଅକୁ ଟିକେଟ୍ ଲୋଭ ଦେଖାଇ ମୋର ଘର ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି ନବୀନ: ଦାମ
Khabar Odisha:Politics-odisha-Naveen-Try-to-detroied-my-house-by-offering-ticket-my-son-in-assembly-election-damo-rout
ଭୁବନେଶ୍ଵର,ମାର୍ଚ୍ଚ୧୪(ଖବର ଓଡ଼ିଶା):

ବିଜେପିରେ ଆଜି ବିଧିବଦ୍ଧ ଭାବେ ଯୋଗ ଦେବା ପରେ ନବୀନଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ।  ସେ ନବୀନଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ଦାମ ଶାଣିତ ଅଭିଯୋଗ କରି କହିଛନ୍ତି ଯେ, ନବୀନ ମୋ ଘର ଭାଙ୍ଗିବାକୁ ଉଦ୍ୟମ ଚଳାଇଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମୋ ପରିବାରକୁ ବିଜେଡି ହଇରାଣ କରିବାକୁ ଉଦ୍ୟମ କରୁଛି। ଏହା ସହିତ ସେ ବାଲିକୁଦାରୁ ନିର୍ବାଚନ ଲଢିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଦାମ କହିଛନ୍ତି ଯେ, ମୋ ପରି ଆଉ ତିନି ଜଣଙ୍କ ବିଧାୟକଙ୍କ ଘର ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି। ପୁଅକୁ ଟିକେଟ୍ ଲୋଭ ଦେଖାଇ ଘର ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି। ମୋ ପୁଅ ଝିଅଙ୍କ ସହ କଥା ହୋଇ ମୁଁ ବିଜେପିରେ ଯୋଗ ଦେଇଛି। କିନ୍ତୁ ପୁଅ କେମିତି ରାଜନୀତି କରିବ ତାହା ତା ଉପରେ ନିର୍ଭର କରେ। ତେବେ ଆଜିକା ପିଲା କିଛି କହି ହେବନି। 

ନିର୍ବାଚନ କେଉଁଠୁ ଲଢିବେ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ପାର୍ଟି ଯେଉଁ ଦାୟିତ୍ଵ ଦେବ ତାକୁ ସୂରାରୁ ରୂପେ ସଂପାଦନ କରିବି। ଏହି ସମୟରେ ସେ ବାଲିକୁଦା-ଏରସମାରୁ ଲଢିବାକୁ ଆଗ୍ରହ ଦେଖାଇଲେ।  ଏରସମା ମୋ ଜନ୍ମମାଟି, ଶେଷ  ଜୀବନରେ ଜନ୍ମ ମାଟିର ସେବା କରିବାକୁ ଆଗ୍ରହୀ ବୋଲି ଦାମ କହିଛନ୍ତି। 

ଏହା ପୂର୍ବରୁ ଗୁରୁବାର ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିଧାୟକ ଦଳ ନେତା କେଭି.ସିଂହ ଦେଓ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ବିଜେପିରେ ବିଧିବଦ୍ଧ ଯୋଗ ଦେଇଛନ୍ତି ଦାମ ରାଉତ। ରାଜ୍ୟ  ପ୍ରଭାରୀ ଅରୁଣ ସିଂହ, ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ସଦସ୍ୟ ପତ୍ର ଦେଇ ଦାମଙ୍କୁ ସଦସ୍ୟ କରାଇଛନ୍ତି। ଏହା ପରେ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ଦାମ ସାକ୍ଷାତ କରିଥିଲେ।। ବୈଜୟନ୍ତଙ୍କ ପରେ ଏବେ ଦାମ ସାମିଲ ହେବା ବିଜେପିର ଶକ୍ତିକୁ ଆହୁରି ବୃଦ୍ଧି କରିଛନ୍ତି। ଅନ୍ୟ ପଟେ ବିଜେଡି ପାଇଁ ଏହା ଚିନ୍ତାଜନକ ବିଷୟ।

  • Tags:

Subscribe

National International State Sports Entertainment