Home >
୨ୟ ପର୍ଯ୍ୟାୟରେ ନବୀନ ଓ ସଙ୍ଗୀତା ସବୁଠୁ ଧନୀ ପ୍ରାର୍ଥୀ
Khabar Odisha:Politics-odisha-Naveen-Patnaik-Sangeeta-Singhdeo-richest-candidate-in-2nd-phase-election
ଭୁବନେଶ୍ଵର,ଏପ୍ରିଲ୧୫(ଖବର ଓଡ଼ିଶା):

 ଲୋକସଭା ୨୦୧୯ର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୮ରେ ହେବ। ଏଥିରେ ଓଡ଼ିଶାରୁ ୫ ଲୋକସଭା ଓ ତତସଂଲଗ୍ନ ୩୫ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ୨ୟ ପର୍ଯ୍ୟାୟ ନିର୍ବାଚନ ପ୍ରାର୍ଥୀଙ୍କ ମଧ୍ୟରେ ସଙ୍ଗୀତା ସିଂହ ଦେଓ ଓ ନବୀନ ପଟ୍ଟନାୟକ ସବୁଠୁ ଧନୀ ପ୍ରାର୍ଥୀ ହୋଇଛନ୍ତି। ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ସଙ୍ଗୀତା ଏବଂ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠୁ ଧନୀ ପ୍ରାର୍ଥୀ ହୋଇଛନ୍ତି।

ଇଲେକସନ ଓ୍ଵାଚ୍ ପକ୍ଷରୁ ପ୍ରେସମିଟରେ ସୋମବାର ଏହି ବିବରଣୀ ଦିଆଯାଇଛି। ବିବରଣୀ ମୁତାବକ ଦ୍ବିତୀୟ ପର୍ଯ୍ୟାୟର ୩୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ ଜଣ କୋଟିପତି: BJP-୪, BJD-୩ ଓ କଂଗ୍ରେସର ୨ ପ୍ରାର୍ଥୀ କୋଟିପତି ଅଛନ୍ତି। ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ସଙ୍ଗୀତା ସିଂହ ଦେଓ ସବୁଠୁ ଧନୀ ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ସଂପତ୍ତିର ମୂଲ୍ୟ ୩୭ କୋଟିରୁ ଉର୍ଦ୍ଧ୍ଵ ହେବ। ଏହି ପରି ହିଞ୍ଜିଳି ନିର୍ବାଚନୀ ମଣ୍ଡଳିର ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକଙ୍କ ମଧ୍ୟରୁ ସବୁଠୁ ଧନୀ ପ୍ରାର୍ଥୀ। ତାଙ୍କ ମୋଟ୍ ସଂପତ୍ତିର ମୂଲ୍ୟ ୬୩ କୋଟି ଟଙ୍କାରୁ ଅଧିକ ରହିଛି। 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ଦୁଇଟି ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି। ସେ ନିଜର ନିର୍ବାଚନୀ ମଣ୍ଡଳୀ ହିଞ୍ଜିଳି ସହିତ ପଶ୍ଚିମ ଓଡ଼ିଶାର ବରଗଡ ଜିଲ୍ଲାର ବିଜେପୁର ନିର୍ବାଚନୀ ମଣ୍ଡଳୀରୁ ମଧ୍ୟ ନିର୍ବାଚନ  ଲଢୁଛନ୍ତି।

  • Tags:

Subscribe

National International State Sports Entertainment