Home >
ବିଜେପିରେ ଯୋଗ ଦେବା ପରେ ଦାମଙ୍କ ପ୍ରଥମ ପ୍ରତିକ୍ରିୟା, ଯଦି ଲୋକେ ପୁଣି ଥରେ ନବୀନଙ୍କୁ ସମର୍ଥନ କରନ୍ତି ତେବେ ରାଜ୍ୟ ଡୁବିଯିବ
Khabar Odisha:Politics-odisha--if-Naveen-coming-to-the-power-odisha-spoiled-says-damodar-Rout
ନୂଆଦିଲ୍ଲୀ,ମାର୍ଚ୍ଚ୧୪(ଖବର ଓଡ଼ିଶା):

କଳ୍ପନା ଜଳ୍ପନାର ଅବସାନ ଘଟାଇ ବରିଷ୍ଠ ନେତା ଦାମୋଦର ରାଉତ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଦେବା ନିଜର ପ୍ରଥମ ପ୍ରତିକ୍ରିୟାରେ ଦାମ କହିଛନ୍ତି ଯେ, ଅନେକ ମାନସିକ ତର୍ଜମା ପରେ ମୁଁ ବିଜେପିରେ ଯୋଗ ଦେଇଛି। ବିଜେପି ପାଇଁ ମନପ୍ରାଣ ଦେଇ କାମ କରିବି।  ୩୫ ବର୍ଷ  ହେଲା ମୁଁ ବିଧାୟକ ରହିବା ସହିତ ସରକାରଙ୍କ ବିଭିନ୍ନ ୨୦ ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛି। ଏହା ପରେ ସେ ସିଧା ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସାରିଛି। ୨୦ ବର୍ଷ କାଳ ମୁଁ ବିଜୁ ବାବୁଙ୍କୁ ସହଯୋଗ କରି ଆସିଛି।  ମାତ୍ର ନବୀନ ପ୍ରକୃତି ବିଜୁ ବାବୁଙ୍କ ଠିକ୍ ବୀପରିତ। ଯଦି ଲୋକେ ପୁଣି ଥରେ ନବୀନଙ୍କୁ ସମର୍ଥନ କରନ୍ତି ତେବେ ରାଜ୍ୟ ଡୁବିଯିବ।

ଦାମ କହିଛନ୍ତି ଯେ, ସେ ଓଡ଼ିଶା  ଲୋକଙ୍କୁ ଭଲ ପାଆନ୍ତି ନାହିଁ, ଓଡ଼ିଆ କହନ୍ତିନି। ନବୀନ ଦୁର୍ନୀତିକୁ ପ୍ରଶୟ ଦିଅନ୍ତି ଏବଂ ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦିଅନ୍ତି। ରାଜ୍ୟରେ ମହିଳାଙ୍କ ପ୍ରତି  ଘୋର ଅତ୍ୟାଚାର ବଢି ଚାଲିଛି। ମାଙ୍କୁ ସମ୍ମାନ ମିଳୁନାହିଁ। ଚାରା ଘୋଟାଲା ନେଇ ନବୀନଙ୍କ ପାଖରେ ଅଭିଯୋଗ କଲି, ମାତ୍ର କାର୍ୟ୍ୟା ନୁଷ୍ଠାନ ନେବା ବଦଳରେ ମୋତେ କାଢି ଦେଲେ। 

ଦାମ କହିଛନ୍ତି ଯେ, ଚାଷୀଙ୍କୁ ହଇରାଣ କରାଯାଉଛି। ଫଳରେ ସେମାନେ ଆତ୍ମହତ୍ୟା କରୁଛନ୍ତି।  ଓଡ଼ିଶାରେ ନାରୀ ସୁରକ୍ଷିତ ନୁହନ୍ତି।  ଜଣେ ସଚେତନ ନାଗରିକ ଭାବେ ମୁଁ କେମିତି ସହ୍ୟ କରି ପାରିଥାନ୍ତି।  ଗତ ୬/୭ ମାସ ହେଲାଣି ମୁଁ ସାରା ରାଜ୍ୟରେ ବୁଲୁଛି। ଲୋକଙ୍କୁ ନବୀନଙ୍କ କଳା ଶାସନ ବିଷୟରେ ଅବଗତ କରାଉଛି। କେବଳ ଏତିକି ନୁହେଁ ବିଜେଡିର ୩୭ ଜଣ ନେତା ସିବିଆଇ  ଜାଲରେ ଫସିଛନ୍ତି।  ମୋଦୀଙ୍କ ନେତୃତ୍ଵରେ ଆକର୍ଷିତ ହୋଇ ମୁଁ ବିଜେପିରେ ମିଶିଛି। ଯଦି ଲୋକେ ପୁଣି ଥରେ ନବୀନଙ୍କୁ ସମର୍ଥନ କରନ୍ତି ତେବେ ରାଜ୍ୟ ଡୁବିଯିବ ବୋଲି ଦାମ କହିଛନ୍ତି।

  • Tags:

Subscribe

National International State Sports Entertainment