Home >
ବିଜେଡି ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ
Khabar Odisha:Politics-Odisha-Mla-Sukanta-nayak-left-bjd
ଭୁବନେଶ୍ୱର, ମାର୍ଚ୍ଚ ୧୫(ଖବର ଓଡ଼ିଶା):

 ମୁଣ୍ଡ ଉପରେ ସାଧାରଣ ନିର୍ବାଚନ  । ଏହି ସମୟରେ ବିଜୁ ଜନତା ଦଳରୁ ଜଣେପରେ ଜଣେ ଟାଣୁଆ ନେତା ଦଳ ଛାଡୁଛନ୍ତି । ଆଜି ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । 

ନିକଟରେ ଜଣକ ପରେ ଜଣେ ନେତା ବିଜେଡି ଛାଡ଼ିଥିବା ବେଳେ ନବୀନଙ୍କ ପାଇଁ ଏବେ ଅଡ଼ୁଆ ପରିସ୍ଥିତ ସୃଷ୍ଟି କରିଛି । ଗତ କିଛିଦିନ ମଧ୍ୟରେ ଅନେକ ବିଜେଡି ନେତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଆଜି ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ବିଜୁ ଜନତା ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ।  ତାଙ୍କ ପ୍ରତି ବିରାଟ ଷଡ଼ଯନ୍ତ୍ର ଚାଲିଥିବା ସୁକାନ୍ତ ଅଭିଯୋଗ କରିଛନ୍ତି । ସେ ଏକ ମିଶ୍ରଣ ପର୍ବରେ ତାଙ୍କୁ ଅଣଦେଖା କରାଯାଇଥିବା ଓ ଜିଲ୍ଳା ସଭାପତିଙ୍କ ମାନସିକତା ନିର୍ଯ୍ୟାତନା ସହି ନପାରି ସେ ବିଜେଡି ଛାଡ଼ିବକେୁ ଚାହିଁଥିବା ସୁକାନ୍ତ କହିଛନ୍ତି । 

Subscribe

National International State Sports Entertainment