Home >
ବିଗତ ଦିନର ଭୁଲ ପାଇଁ ଜନତାଙ୍କୁ କ୍ଷମା ମାଗନ୍ତୁ ଦଳୀୟ ବିଧାୟକ: ମମତା ବାନାର୍ଜୀ
Khabar Odisha:Politics-Mamata-Banerjee-asks-her-party-MLAs-to-seek-apology-of-people-for-their-mistakes

କୋଲକାତା, ଜୁଲାଇ ୧୨ (ଖବର ଓଡ଼ିଶା): ନେତାମାନଙ୍କ ଦଳ ଛାଡ଼ିବା ଓ ଲୋକସଭା ନିର୍ବାଚନରେ ଖରାପ ପ୍ରଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ତୃଣମୂଳ କଂଗ୍ରେସ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି, ସେମାନେ ବିନମ୍ରତାର ସହିତ ସାଧାରଣ ଜନତାଙ୍କ ନିକଟକୁ ଯାଇ ବିଗତ ଦିନର ଭୁଲ ପାଇଁ କ୍ଷମା ମାଗନ୍ତୁ । ତୃଣମୂଳ କଂଗ୍ରେସ ସୁପ୍ରିମୋ ଦଳୀୟ ବିଧାୟକଙ୍କୁ ନେଇ ଏକ ବୈଠକରେ ଏହା କହିଛନ୍ତି । ଲୋକସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏହି ବୈଠକ ହୋଇଛି । ତୃଣମୂଳ କଂଗ୍ରେସ ନେତା କହିଛନ୍ତି, ବାନାର୍ଜୀ ବିଶ୍ୱାସ କରିଛନ୍ତି ଯେ, ୨୦୨୧ ବିଧାନସଭା ନିର୍ବାଚନରେ ପାର୍ଟିର ପ୍ରଦର୍ଶନ ଭଲ ରହିବ । ସେ କାର୍ଯ୍ୟକର୍ତ୍ତାଙ୍କୁ କହିଛନ୍ତି, ପୁରୁଣା ଲୋକଙ୍କୁ ପୁଣି ଥରେ ଯୋଡ଼ିବାକୁ ଉଦ୍ୟମ ହେଉ । 

ସୂଚନାଯୋଗ୍ୟ ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସକୁ ଶକ୍ତ ଝଟକା ମିଳିବା ପରେ ମମତା ବାନାର୍ଜୀ ଜାଗ୍ରତ ହୋଇଛନ୍ତି । ବିଧାୟକମାନଙ୍କୁ ସେ ଏବେଠାରୁ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ସେ ଏହା ପୂର୍ବରୁ ଗତ ଜୁନ ୧୮ରେ ତୃଣମୂଳ ପାର୍ଷଦଙ୍କୁ ଏକ ବୈଠକରେ ସମ୍ବୋଧିତ କରି ଆଦେଶ ଦେଇଥିଲେ ଯେ, ହିତାଧିକାରୀଙ୍କ ଠାରୁ ନିଆଯାଇଥିବା କମିଶନ ଟଙ୍କା ଫେରାଯିବ । ସେ କହିଥିଲେ, ମୁଁ ମୋର ଦଳରେ ଚୋରମାନଙ୍କୁ ରଖିବାକୁ ଚାହୁଁ ନାହିଁ । ଯଦି ମୁଁ କାର୍ଯ୍ୟାନୁଷ୍ଠାନ ନେବି, ତା’ହେଲେ ସେମାନେ ଅନ୍ୟ କୌଣସି ପାର୍ଟିରେ ସାମିଲ ହୋଇଯିବେ । କିଛି ନେତା ଗରିବ ଲୋକଙ୍କୁ ଆବାସ ଅନୁଦାନ ଦେବା ପାଇଁ ୨୫ ପ୍ରତିଶତ କମିଶନ ମାଗୁଛନ୍ତି । ଏହା ବନ୍ଦ ହେବା ଦରକାର ବୋଲି ମମତା କହିଥିଲେ । 

 

  • Tags:

Subscribe

National International State Sports Entertainment