Home >
ଉତ୍ତର ପ୍ରଦେଶ: ଆଜି ଠାରୁ ପ୍ରତି ଆସନରେ ୫ର ଦମ ଦେଖାଇବ ବିଜେପି
Khabar Odisha:Politics-BJP-BJP-will-organise-five-seminars-in-every-parliamentary-constituency-of-UP

ନୂଆଦିଲ୍ଲୀ, ମାର୍ଚ୍ଚ ୧୫ (ଖବର ଓଡ଼ିଶା): ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରେ ଚାଷୀ, ଅନୁସୂଚିତ ମୋର୍ଚ୍ଚା, ପଛୁଆ ବର୍ଗ, ମହିଳା ଏବଂ ଯୁବଗୋଷ୍ଠୀଙ୍କ ମଧ୍ୟରେ ଶୁକ୍ରବାର ଠାରୁ ସମ୍ମିଳନୀ କରିବ । ବିଜେପିର ନେତାମାନେ ଏହି ମୋର୍ଚ୍ଚାକୁ ସମ୍ମିଳନୀ ଜରିଆରେ ସିଧାସଳଖ ଆଲୋଚନା କରିବେ । ଏହି ୫ ବର୍ଗରେ ବସବାସ କରୁଥିବା ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଜେପି ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି ।  ରାଜ୍ୟ ସଭାପତି ଡ. ମହେନ୍ଦ୍ର ନାଥ ପାଣ୍ଡେ ମାର୍ଚ୍ଚ ୧୯ରେ ବୁଲନ୍ଦସହରରେ ଯୁବଗୋଷ୍ଠୀଙ୍କ ସହିତ ସିଧାସଳଖ ଆଲୋଚନା କରିବେ । ସେ ଯୁବଗୋଷ୍ଠୀଙ୍କୁ ଷ୍ଟାର୍ଟଅପ, ଦକ୍ଷତା ବିକାଶ, ମୁଦ୍ରା ଯୋଜନା ସହିତ ମୋଦୀ ସରକାର ଏବଂ ଯୋଗୀ ସରକାରଙ୍କ ଯୁବ ମଙ୍ଗଳ ଯୋଜନା ସଂପର୍କରେ ଅବଗତ କରାଇବେ । 

ସେହିପର ଉପ-ମୁଖ୍ୟମନ୍ତ୍ରୀ ଡ. ଦିନେଶ ଶର୍ମା ମାର୍ଚ୍ଚ ୧୭ରେ ସାହିବାବାଦ ଠାରେ କାର୍ଯ୍ୟକ୍ରମ ରଖିଛନ୍ତି । ନୋଏଡାରେ ମାର୍ଚ୍ଚ ୧୭ରେ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହ ସମ୍ବୋଧିତ କରିବେ । ଏହା ବ୍ୟତୀତ ଆଜି ଆଲିଗଡ଼ରେ ରାଜ୍ୟ ଉପସଭାପତି ରଂଜନା ଉପାଧ୍ୟାୟ ମହିଳା ସମ୍ମିଳନୀକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ବିଜେପି ପକ୍ଷରୁ ଏହି ମହିଳାମାନଙ୍କୁ ଉଜ୍ଜଳା ଯୋଜନା ସଂପର୍କରେ ଅବଗତ କରାଯିବ । 

ବିଜେପି ସବୁଠାରୁ ଅଧିକ ଯୁବଗୋଷ୍ଠୀଙ୍କ ନିକଟରେ ନିଜ ଭାବନାକୁ ପହଂଚାଇବା ପାଇଁ ଉଦ୍ୟମ କରୁଛି । କାରଣ ଯୁବଗୋଷ୍ଠୀର ବିକାଶ ହେଲେ ଦେଶର ଉନ୍ନତି ହେବ । ଉତ୍ତର ପ୍ରଦେଶରେ ୧୪ କୋଟିରୁ ଅଧିକ ମତଦାତା ହେଉଛନ୍ତି ଯୁବଗୋଷ୍ଠୀ । ସେମାନଙ୍କ ମଧ୍ୟରେ ଏକ ଚତୁର୍ଥାଂଶ ହେଉଛନ୍ତି ଯୁବଗୋଷ୍ଠୀ । ୧୮ରୁ ୨୯ ବର୍ଷ ମଧ୍ୟରେ ମତଦାତାଙ୍କ ସଂଖ୍ୟା ୩.୭୪ କୋଟି । 

ବିଜେପି ପ୍ରତି ଲୋକସଭା ଆସନରେ ପଛୁଆ ବର୍ଗଙ୍କ ନିକଟରେ ମଧ୍ୟ ନିଜର ଭାବନାକୁ ପହଂଚାଇବ । ଲଖନଉଠାରେ ପଛୁଆ ବର୍ଗ ପାଇଁ ଏକ ବଡ଼ ସମ୍ମିଳନୀର ଆୟୋଜନ ହୋଇଛି । ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଦ୍ୱାରା ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା । କେଶବ ମୌର୍ଯ୍ୟ ମାର୍ଚ୍ଚ ୧୬ରେ ସାହାରାନପୁର ଠାରେ ଅନୁସୂଚିତ ଜାତି ଏବଂ ଚାଷୀ ସମ୍ମିଳନୀରେ ଯୋଗଦେବେ । 

   

 

  • Tags:

Subscribe

National International State Sports Entertainment