Home >
କେନ୍ଦ୍ରର ସବୁଜ ସଙ୍କେତ ମିଳିବା ପରେ ଜାମ୍ମୁ-କାଶ୍ମୀରରେ ଆରମ୍ଭ ହେବ ସୀମା ନିର୍ଦ୍ଧାରଣ, ଇସିଙ୍କ ପ୍ରସ୍ତୁତି ଆରମ୍ଭ
Khabar Odisha:National-odisha-jammu-kashmir-election-commission-delimitation-meeting-article-370
ନୂଆଦିଲ୍ଲୀ,ଅଗଷ୍ଟ୧୩(ଖବର ଓଡ଼ିଶା):

 ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଏବେ ରାଜ୍ୟର ନୂତନ ପରିସୀମା ହେବାକୁ ଯାଉଛି। ମଙ୍ଗଳବାର ନିର୍ବାଚନ ଆୟୋଗ ଏହି ପ୍ରସଙ୍ଗରେ ପ୍ରଥମ ବୈଠକ ଡକାଇଛନ୍ତି। ଆୟୋଗ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠୁ ନୂତନ ପରିସୀମା ମାଗିଛନ୍ତି। ଆୟୋଗ ଏବେ ଗୃହମନ୍ତ୍ରଣାଳୟର ଅନୁମତି ପରେ ହିଁ ରାଜ୍ୟର ପରିସୀମା ପ୍ରକ୍ରିୟା ଆରମ୍ଭ ହେବ।

ଏଥିପାଇଁ ଆୟୋଗ କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ ସହିତ ମିଶି ପରିସୀମା ଆୟୋଗ ଗଠନ କରିବ। ଏହା ବ୍ୟତୀତ ନିର୍ବାଚନ ଆୟୋଗ ପକ୍ଷରୁ ରାଜନୈତିକ ପାର୍ଟି, ସ୍ଥାନୀୟ ଲୋକଙ୍କ ବିଚାର ପରେ ରିପୋର୍ଟ ପ୍ରସ୍ତୁତ କରାଯିବ, ଯାହା ପରେ ସରକାରଙ୍କୁ ପ୍ରଦାନ କରାଯିବ।

ଉଲ୍ଲେଖଯୋଗ୍ୟ, ଜାମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ରାଜ୍ୟ ହେବା ସହିତ ବିଧାନସଭା ମଧ୍ୟ ରହିବ। ନିର୍ବାଚନ ଆୟୋଗ ଦ୍ଵାରା ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ନିର୍ବାଚନ ଆୟୋଗ ସୁନିଲ ଆରୋରା, ଦୁଇ ନିର୍ବାଚନ ଆୟୋଗ ଓ ନିର୍ବାଚନ ଆୟୋଗର ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

ଜାମ୍ମୁ-କାଶ୍ମୀରକୁ ଦୁଇଟି ଭାଗରେ ବିଭକ୍ତ କରି ଜାମ୍ମୁ-କାଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଛି।  ଜାମ୍ମୁ-କାଶ୍ମୀରରେ ମୋଟ୍ ୧୧୧ ବିଧାନସଭା ଆସନ ରହିଛି। ଏଥିରୁ ୮୭ ଜାମ୍ମୁ-କାଶ୍ମୀର ଓ ଲଦାଖର। ବାକି ୨୪ ଆସନ ପାକ୍ ଅଧୀକୃତ କାଶ୍ମୀର(ପିଓକେ)ର। ଏବେ ନୂତନ ପରିସୀମା ନିର୍ଦ୍ଧାରଣ ହେବ। ଏହା ପରେ ଲଦାଖ ଖାତାକୁ ୪ ସିଟ୍ ଆସିବା କାରଣ ଏଠାରେ ବିଧାନସଭା ହେବ ନାହିଁ। ଜାମ୍ମୁରେ ଏବେ ୩୭ ଓ କାଶ୍ମୀରରେ ୪୬ ବିଧାନସଭା ସିଟ୍ ରହିଛି। 

Subscribe

National International State Sports Entertainment