Home >
କରତାପୁର: ଭାରତର ଦାବି, ପ୍ରତିଦିନ ୫୦୦୦ ଶ୍ରଦ୍ଧାଳୁଙ୍କୁ ଭିସା ଫ୍ରି ଦେଉ ପାକିସ୍ତାନ
Khabar Odisha:National-odisha-india-seeks-visa-free-access-for-5000-pilgrims-per-day-to-kartarpur-shrine
ନୂଆଦିଲ୍ଲୀ,ମାର୍ଚ୍ଚ୧୪(ଖବର ଓଡ଼ିଶା):

ବାଲାକୋଟ ଏୟାର ଷ୍ଟ୍ରାଇକ ଓ ଏହା ପରେ ସୀମାରେ ପାକିସ୍ତାନର ନାପାକ କାମ ପରେ ବଢିଥିବା ଉତ୍ତେଜନା ମଧ୍ୟରେ ଗୁରୁବାର ଦୁଇ ଦେଶର ଅଧିକାରୀ କରତାପୁର କରିଡରକୁ ନେଇ ମହତ୍ଵପୂର୍ଣ୍ଣ ବୈଠକ କରିଛନ୍ତି। ଏହି ସମୟରେ ଭାରତ ପାକିସ୍ତାନକୁ କରତାପୁର ଗୁରୁଦ୍ଵାରକୁ ଯିବା ପାଇଁ  ପ୍ରତ୍ୟେକ ଦିନ ୫୦୦୦ ଶ୍ରଦ୍ଧାଳୁଙ୍କୁ ବିନା ଭିସାରେ ଯିବା ପାଇଁ ଅନୁମତି ଦେବାକୁ ଦାବି କରିଛି। ଏହି ସମୟରେ ଭାରତ ନିଜର ଦାବି ପାକ୍ ପ୍ରତିନିଧିମଣ୍ଡଳ ସମ୍ମୁଖରେ ରଖିଛି।  ଏହି ବୈଠକ ପଞ୍ଜାବର ଗୁରୁଦାସପୁର ଜିଲ୍ଲା ସୀମାର ଅପର ପାର୍ଶ୍ଵରେ ଅନୁଷ୍ଠିତ ହୋଇଛି।

ଭାରତ ଏହା ମଧ୍ୟ ପ୍ରସ୍ତାବ ଦେଇଛି ଯେ, ଶ୍ରଦ୍ଧାଳୁଙ୍କୁ କରତାପୁତ ସାହିବ ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଯିବାକୁ ଅନୁମତି ଦିଆଯାଉ ଏବଂ ସପ୍ତାହର ସାତ ଦିନ ଏହି କରିଡରକୁ ଖୋଲା ରଖାଯାଉ। ସାମ୍ଵାଦିକ ସମ୍ମିଳନୀରେ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏସସିଏଲ ଦାସ କହିଛନ୍ତି ଯେ, କରତାପୁର ଗୁରୁଦ୍ଵାରକୁ ଯିବା ପାଇଁ  ପ୍ରତ୍ୟେକ ଦିନ ୫୦୦୦ ଶ୍ରଦ୍ଧାଳୁଙ୍କୁ ବିନା ଭିସାରେ ଯିବା ପାଇଁ ଅନୁମତି ଦିଆଯାଉ।  ଏହା ସହିତ ଅତିରିକ୍ତ ଦସ୍ତାବିଜ କିମ୍ବା ପ୍ରକ୍ରିୟା ନାମରେ ଶ୍ରଦ୍ଧାଳୁଙ୍କୁ କୌଣସି ଅତିରିକ୍ତ ବୋଝ ଦିଆନଯାଉ। 

ଉଲ୍ଲେଖଯୋଗ୍ୟ, ପୁଲଓ୍ଵାମା ଆତଙ୍କୀ ହମଲା ପରେ ଭାରତ କରିଥିବା ଏୟାର ଷ୍ଟ୍ରାଇକ ପରେ ଦୁଇ ଦେଶ ମଧ୍ୟରେ ବଢିଥିବା ଉତ୍ତେଜନା ମଧ୍ୟରେ ପାକ୍ ପ୍ରତିନିଧି ମଧ୍ୟରେ ଏହା ପ୍ରଥମ ବୈଠକ। ଭାରତ ଚାହୁଁଛି ଯେ ଭାରତୀୟ ଓ ଭାରତୀୟ ମୂଳ ନିବାସୀଙ୍କୁ ମଧ୍ୟ କରତାପୁର ସାହିବ ଯିବାକୁ ଅନୁମତି ମିଳୁ। କରତାପୁରରେ ଶିଖ ଧର୍ମର ସଂସ୍ଥାପକ ଗୁରୁ ନାନକ ଦେବ ଜୀ ନିଜ ଜୀବନର ଶେଷ ବର୍ଷ ଏଠାରେ ଅତିବାହିତ କରିଥିଲେ।

  • Tags:

Subscribe

National International State Sports Entertainment