Home >
ଭାରତୀୟ ସେନାକୁ ମିଳିବ ବଡ ଶକ୍ତି, ଜାଣନ୍ତୁ କଣ କିଣିବେ କେନ୍ଦ୍ର ସରକାର
Khabar Odisha:National-odisha--Indian-Army-will-get-new-strength-know-how
ନୂଆଦିଲ୍ଲୀ, ମାର୍ଚ୍ଚ ୧୫(ଖବର ଓଡିଶା):

ପାକିସ୍ତାନ ସହ ମତାନ୍ତର ବଢିବା ପରେ ସୀମାରେ ଲାଗିରହିଛି ଅଶାନ୍ତି । ପାକିସ୍ତାନ ପକ୍ଷରୁ ପ୍ରତିଦିନ ଅସ୍ତ୍ରବିରତୀ ଉଲ୍ଲଙ୍ଘନ କରାଯାଉଥିବା ବେଳେ ଭାରତୀୟ ସେନା ତାର ଦୃଢ ଜବାବ୍ ଦେଉଛି । ଏହି ଭିତରେ ଭାରତୀୟ ସେନାକୁ ଆହୁରି ଶକ୍ତିଶାଳୀ କରିବାରୁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । 

ଭାରତୀୟ ସେନାର ଶକ୍ତି ବଢାଇବା ପାଇଁ କେନ୍ଦ୍ର ସରକାର ୧୦ ଲକ୍ଷ ହ୍ୟାଣ୍ଡ ଗ୍ରେନେଡ୍ କିଣିବାକୁ ଯୋଜନା କରିଛନ୍ତି । ରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, ଏହି ପ୍ରସ୍ତାବକୁ ମେକ୍‌ ଇନ୍ ଇଣ୍ଡିଆ ମାଧ୍ୟମରେ ପୂରଣ କରାଯିବ । ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏହି ସପ୍ତାହରେ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକରେ ୧୦ ଲକ୍ଷ ହ୍ୟାଣ୍ଡ୍‌ ଗ୍ରେନେଡ୍ କିଣିବା ପ୍ରସ୍ତାବକୁ ସବୁଜ ସଂକେତ ମିଳିଯାଇଛି । ୫୦୦ କୋଟିରୁ ଅଧିକ ଏହି ପ୍ରସ୍ତାବ ଉପରେ ସବୁଜ ସଂକେତ ମିଳିବା ପରେ ଭାରତୀୟ ସେନାକୁ ବଡ ଶକ୍ତି ମିଳିବାକୁ ଯାଉଛି । 

ଏହା ପୂର୍ବରୁ ସେନା ପାଇଁ ଭାରତରେ ଶକ୍ତିଶାଳୀ ଏକେ-୨୦୩ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରତିବର୍ଷ ୭୫ ହଜାର ଏକେ-୨୦୩ ରାଇଫଲ ନିର୍ମାଣ କରାଯିବ । ଏହା ହେଉଛି ଏକେ-୪୭ ରାଇଫଲର ସବୁଠାରୁ ଲାଟେଷ୍ଟ ଭର୍ଜନ । 

Subscribe

National International State Sports Entertainment