Home >
ହାଇଦ୍ରାବାଦ ପରେ ଏବେ ବିହାରରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଶବକୁ ଜାଳିଲେ
Khabar Odisha:National-news-Girl-Sexual-Harassed-Shot-Dead-And-Burnt-Body-In-Bihar-Buxar-After-Hyderabad-Incident
ପାଟନା,ଡିସେମ୍ଵର ୦୩ (ଖବର ଓଡିଶା) :

ହାଇଦ୍ରାବାଦରେ ମହିଳା ପଶୁ ଚିକିତ୍ସକଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟା ପରେ ଶବକୁ ଜଳି ଦିଆଯାଇଥିଲା । ଏବେ ବିହାରେ ମଧ୍ୟ ଯୁବତୀଙ୍କ ସହ କଥିତ ରୁପେ ଦୁଷ୍କର୍ମ ପରେ ଶବକୁ ଜଳାଇବାର ମାମଲା ସାମ୍ନାକୁ ଆସିଛି । ବକ୍ସର କୁକୁଧା ଗାଁରେ ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ ପରେ ଗୁଳି କରି ହତ୍ୟା କରାଯାଇଛି । ପରେ ଯୁବତୀଙ୍କ ଶରୀରକୁ ଜଳେଇ ଦିଆଯାଇଥିଲା । 

ବକ୍ସର ପୁଲିସର ଡେପୁଟି ସୁପରିଟେଣ୍ଡେଣ୍ଟ ସତୀଶ କୁମାର କହିଛନ୍ତି ଯେ ପୁଲିସ ଆଜି ସକାଳେ ଶବକୁ ଇଟାଡି ପୁଲିସ ଥାନା ଅଧିନରେ ଆସୁଥିବା ଏକ ନିଛାଟିଆ ଜମିରୁ ଉଦ୍ଧାର କରାଯାଇଛି । ବକ୍ସର ଜିଲ୍ଲା ବିହାର ରାଜଧାନୀ ପଟନାଠାରୁ ପ୍ରାୟ 100 କିମି ଦୂରରେ ରହିଛି । 

ଏସପିଙ୍କ କହିବା ଅନୁସାରେ ଲୋକଙ୍କଠାରୁ ସୂଚନା ମିଳିବା ପରେ ପୁଲିସ ଜଣେ ଯୁବତୀଙ୍କ ଶବ ଉଦ୍ଧାର କରିଥିଲା, ଯାହାର ଅର୍ଦ୍ଧଦଗ୍ଧ ହୋଇଥିଲା । ପ୍ରାରମ୍ଭିକ ଅନୁସନ୍ଧାନରୁ ଏହା ଜଣାପଡୁଛି ଯେ ଯୁବତୀ ଜଣଙ୍କ ହତ୍ୟା ପୂର୍ବରୁ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା । ସୋମବାର ରାତିରେ ଏହି ଘଟଣା ଘଟିଥିବା ଏସପି ସୂଚନା ଦେଇଛନ୍ତି । 

ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ପୀଡିତାଙ୍କ ପରିଚୟ ଏବଂ ବୟସ ସ୍ପଷ୍ଟ ହୋଇନାହିଁ । ଶବ ବ୍ୟବଚ୍ଛେଦ ପରେ ଯୁବତୀ ଜଣଙ୍କ ନାବାଳିକା ଥିଲେ କି ନାହିଁ ତାହା ଜଣାପଡିବ । 

Subscribe

National International State Sports Entertainment