Home >
ପଶ୍ଚିମବଙ୍ଗ: ରକ୍ଷାବନ୍ଧନ ପର୍ବରେ ବି ଜୟ ଶ୍ରୀରାମ-ଜୟ ବାଂଲା, ବଜାରରେ ମୋଦୀ-ମମତା ରାକ୍ଷୀର ଚାହିଦା ଅଧିକ
Khabar Odisha:National-news-From-Modi-Mamata-to-Jai-Shri-Ram-rakhis-PM-Didi-war-is-no-sibling-rivalry
କୋଲକାତା, ଅଗଷ୍ଟ ୧୩ (ଖବର ଓଡିଶା)

ପଶ୍ଚିମବଙ୍ଗରେ କ୍ଷମତାରେ ଥିବା ଟିଏମସି ଏବଂ ଭାରତୀୟ ଜନତା ପାର୍ଟି(ବିଜେପି) ମଧ୍ୟରେ ରାଜନୈତିକ ସଂଘର୍ଷ ଚରମ ସୀମାରେ ପହଞ୍ଚିଛି । କିନ୍ତୁ ଏବେ ଏହାର ପ୍ରଭାବ ଏଠାକାର ପର୍ବପର୍ବାଣୀ ଉପରେ ଦେଖିବାକୁ ମିଳୁଛି । ରାକ୍ଷାବନ୍ଧନକୁ ନେଇ ପଶ୍ଚିମବଙ୍ଗରର ବର୍ଦ୍ଧମାନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ଥିବା ରାକ୍ଷୀ ଘୁରି ବୁଲୁଛି । ଏହି ରାକ୍ଷୀ ଲଢେଇରେ ଲୋକମାନେ କେବଳ ଏହି ଦୁଇ ନେତାଙ୍କ ରାକ୍ଷୀ କଣିବାକୁ ପସନ୍ଦ କରୁଛନ୍ତି । 

କେବଳ ଏତିକି ନୁହେଁ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜୟ ଶ୍ରୀରାମ ନାରା ଉପରେ ରାଗିବା ପରେ ସେଠାକାର ରାକ୍ଷୀରେ ମଧ୍ୟ ଏହି ଲଢେଇ ଦେଖିବାକୁ ମିଳୁଛି । ଗୋଟିଏ ପଟେ ବିଜେପି ସମର୍ଥକମାନେ ଜୟ ଶ୍ରୀରାମର ରାକ୍ଷୀ କିଣୁଥିବା ବେଳେ ଅନ୍ୟପଟେ ମମତାଙ୍କ ସମର୍ଥକମାନେ ଜୟ ବାଂଲାର ରାକ୍ଷୀ କଣିବାକୁ ପସନ୍ଦ କରୁଛନ୍ତି । ଉଭୟ ଦଳ ରକ୍ଷାବନ୍ଧନ ଅବସରରେ ଲୋକଙ୍କୁ ନିଜର ଆଡକୁ ଆକର୍ଷିତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ବିଜେପି ସମର୍ଥକମାନେ ମୋଦୀ ରାକ୍ଷୀ ମାଧ୍ୟମରେ ଲୋକଙ୍କ ପାଖକୁ ପହଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ ଟିଏମସି ସମର୍ଥକମାନେ ମମତା ଦିଦିଙ୍କ ରାକ୍ଷୀ ସାହାଯ୍ୟରେ ଲୋକଙ୍କୁ ନିଜ ପକ୍ଷରେ ଆଣିବାକୁ ଚେଷ୍ଟା କରୁଛନ୍ତି । ବଜାରରେ ଏହି ରାକ୍ଷୀର ମୂଲ୍ୟ ସାଧାରଣ ରହିଛି । ମୋଦୀ ଏବଂ ମମତା ରାକ୍ଷୀର ଦାମ 10 ଟଙ୍କାରୁ ଆରମ୍ଭ ହୋଇ 45 ଟଙ୍କା ପର୍ଯ୍ୟନ୍ତ ରହିଛି । ରାକ୍ଷୀ ଗୁଡିକ ଚାହିଦାକୁ ନେଇ ରାକ୍ଷୀ ବ୍ୟବସାୟୀ କହିଛନ୍ତି ଯେ ବଜାରରେ ଉଭୟ ରାକ୍ଷୀର ଭଲ ଚାହିଦା ରହିଛି ଏବଂ ଲୋକେ ଏହାକୁ କିଣିବାକୁ ପସନ୍ଦ କରୁଛନ୍ତି । 

Subscribe

National International State Sports Entertainment