Home >
କାଶ୍ମୀର ପ୍ରସଙ୍ଗରେ ବିବାଦୀୟ ଚିଠି ଲେଖି ହଟହଟା ଆମେରିକାର ସାଂସଦ, ଭାରତୀୟ ସମୁଦାୟକୁ ମାଗିଲେ କ୍ଷମା
Khabar Odisha:National-news-Congressman-Tom-Suozzi-Publicly-Apologised-With-Indian-Americans-Over-His-Kashmir-Remark
ନୂଆଦିଲ୍ଲୀ, ଅଗଷ୍ଟ ୧୩ (ଖବର ଓଡିଶା)

ଆମେରିକାର ସାଂସଦ ଟମ ସୁଓଜୀ ଆମେରିକାରେ ବାସ କରୁଥିବା ଭାରତୀୟ ସମୁଦାୟର ଲୋକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଜାମ୍ମୁ କାଶ୍ମୀର ଉପରେ ଦେଇଥିବା ବୟାନ ପାଇଁ ସେ ଏହି କ୍ଷମା ପ୍ରାର୍ଥନା କରିଛନ୍ତି । ସାର୍ବଜାନୀନ କ୍ଷମା ପ୍ରାର୍ଥନା କରି ଆମେରିକୀୟ ସାଂସଦ କହିଛନ୍ତି, ଏହା ମୋର ଭୁଲ ଥିଲା ଯେ ପତ୍ର ଲେଖିବା ପୂର୍ବରୁ ମୁଁ ଆମର ଭାରତୀ-ଆମେରିକୀୟ ବନ୍ଦୁ ଏବଂ ସମର୍ଥକଙ୍କ ସହ ଆଲୋଚନା  କରି ନଥିଲି । 

ଅଗଷ୍ଟ 9 ତାରିଖରେ ଆମେରିକାର ବିଦେଶମନ୍ତ୍ରୀ ମାଇକ ପୋମ୍ପିୟଙ୍କୁ ଲେଖାଯାଇଥିବା ଏକ ଚିଠିରେ ସୁଓଜୀ ଟ୍ରମ୍ପ ପ୍ରଶାସନକୁ କାଶ୍ମୀର ଉପରେ ଧ୍ୟାନ ଦେବାକୁ ଦାବି କରିଥିଲେ । ସେ କହିଥିଲେ ଯେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତି ଫଳରେ କାଶ୍ମୀରର ଜନତାଙ୍କ ନିଦ ହଜି ଯାଇଛି ଏହାସହ ଅନେକ ବିପଦ ସୃଷ୍ଟି ହୋଇଛି । କାଶ୍ମୀରକୁ ନେଇ ନିଜର ଚିନ୍ତା ପ୍ରକଟ କରି ସେ କହିଥିଲେ ଯେ ଭାରତ ସରକାରଙ୍କ ଏହି ନିଷ୍ପତି ପରେ କାଶ୍ମୀରବାସୀ ଆତଙ୍କବାଦ ରାସ୍ତାକୁ ଅଧିକ ଆପଣାଇବେ । 

ସୁଓଜୀ ନ୍ୟୁୟର୍କର ଯେଉଁ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଛନ୍ତି ସେଠାରେ ବଡ ସଂଖ୍ୟାରେ ଭାରତୀୟ ବାସ କରିଥାନ୍ତି । ଏହି ଚିଠି ପରେ ଆମେରିକୀୟ ସାଂସଦଙ୍କ ତୀବ୍ର ବିରୋଧ ହୋଇଥିଲା । ଭାରତୀୟ ଆମେରିକୀୟଙ୍କ କହିବା ଅନୁସାରେ କାଶ୍ମୀର ଆମର ଆଭ୍ୟନ୍ତରଣୀ ମାମଲା ଏବଂ ସରକାରଙ୍କୁ ଏହାକୁ ନେଇ ଆଇନ ପ୍ରଣୟନ କରିବାର ଅଧିକାର ରହିଛି । ସୁଓଜୀଙ୍କ ନିର୍ବାଚନ ସମୟରେ ଭାରତୀୟ ସମୁଦାୟର ଲୋକମାନେ ଅଧିକ ପ୍ରଚାର କରିଥିଲେ ଏବଂ ତାଙ୍କୁ ବିଜୟୀ କରାଇଥିଲେ । କିନ୍ତୁ ଜାମ୍ମୁ କାଶ୍ମୀର ନେଇ ତାଙ୍କର ଆଭିମୁଖ୍ୟ ଉପରେ ଭାରତୀୟ ସମର୍ଥକମାନେ କ୍ଷୁବ୍ଧ ହୋଇଥିଲେ । ଯାହାପରେ ସାଂସଦ ଜଣଙ୍କ କ୍ଷମା ପ୍ରର୍ଥନା କରିବାକୁ ବାଧ୍ୟ ହୋଇଥିଲେ । 

Subscribe

National International State Sports Entertainment