Home >
ଦିଲ୍ଲୀର ୫୪ଟି ସରକାରୀ ଜାଗା ମଡି ବସିଛନ୍ତି ମସଜିଦ-କବ୍ରିସ୍ତାନ, ଉପ ରାଜ୍ୟପାଳଙ୍କୁ ଲିଷ୍ଟ ଦେଲେ ବିଜେପି ସାଂସଦ
Khabar Odisha:National-bjp-parvesh-varma-writes-delhi-lg-on-illegal-mosques
ନୂଆଦିଲ୍ଲୀ, ଜୁଲାଇ ୧୧ (ଖବର ଓଡ଼ିଶା):

 ପଶ୍ଚିମ ଦିଲ୍ଲୀରୁ ବିଜେପିର ସାଂସଦ ପ୍ରଭେଶ ସାହୀବ ସିଂହ ବର୍ମା ଗୁରୁବାର ଦିନ ଉପ ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାରୀ ଜାଗାରେ ଥିବା 54ଟି ମସଜିଦ ଏବଂ କବ୍ରିସ୍ତାନର ଲିଷ୍ଟ ହସ୍ତାନ୍ତର କରିଛନ୍ତି । ଏହି ପ୍ରସଙ୍ଗକୁ ବାରମ୍ବାର ଉଠାଉଥିବା କାରଣରୁ ବିଜେପି ସାଂସଦଙ୍କୁ ଅନେକ ଧମକ ମଧ୍ୟ ମିଳି ସାରିଛି । ଏହି ପ୍ରସଙ୍ଗ ଉଜାଗର କରିବା କାରଣରୁ ସାଂସଦଙ୍କୁ ଫୋନ ଏବଂ ଏସଏମଏସ ମାଧ୍ୟମରେ ଅନେକ ଧମକ ଦେବା ସହ ସୋସିଆଲ ମିଡିଆରେ ଜୀବନରୁ ମାରିବାର ଧମକ ମଧ୍ୟ ମିଳି ସାରିଛି । 

ଦିଲ୍ଲୀରୁ ବିଜେପି ସାଂସଦ ପ୍ରଭେଶ ବର୍ମା ଗୁରୁବାର ଦିନ ଉପ ରାଜ୍ୟପାଳ ଅନିଲ ବେଜଲଙ୍କୁ ଭେଟି ସରକାରୀ ଜମିର ଅକ୍ତିଆର ପ୍ରସଙ୍ଗ ଉଠାଇଥିଲେ । 54ଟି ସରକାରୀ ଜାଗାକୁ ବେଆଇନ ଭାବେ ଅକ୍ତିଆର କରି ସେଠାରେ ନିର୍ମିତ ହୋଇଥିବା ମସଜିଦ ଏବଂ କବ୍ରିସ୍ତାନର ସୂଚୀ ଉପ ରାଜ୍ୟପାଳଙ୍କୁ ଦେଇଛନ୍ତି । ଉପ ରାଜ୍ୟପାଳ ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇ କହିଛନ୍ତି ଏହା ଉପରେ ଅନୁସନ୍ଧାନ କରାଯିବ, ଯଦି ଏପରି କିଛି ଆଖି ଲୋଚନକୁ ଆସେ ତେବେ ସେହି ସବୁ ସ୍ଥାନରେ ଥିବା ମସଦିଜ ଏବଂ କବ୍ରିସ୍ତାନକୁ ଉଚ୍ଛେଦ କରାଯିବ । 

ସାଂସଦ ନିଜ ଚିଠିରେ ଲେଖିଛନ୍ତି ଯେ, ଦିଲ୍ଲୀରେ ଏହି ସବୁ ନିର୍ମାଣ ଗତ 20 ବର୍ଷ ମଧ୍ୟରେ ହୋଇଛି । ନିର୍ବାଚନ ସମୟରେ ମସଜିଦ ଏବଂ କବ୍ରସ୍ତାନ ତିଆରି ହୋଇଥାଏ । ମୋତେ କେବଳ ସେହି ସବୁ ଉପରେ ଆପତ୍ତି ଅଛି, ଯାହା ସରକାରୀ ତିଆରୀ ହୋଇଛି ।   

Subscribe

National International State Sports Entertainment