Home >
ବୈଷ୍ଣବ ଦେବୀ ଅଂଚଳରେ ସନ୍ଦିଗ୍ଧ ଆତଙ୍କବାଦୀ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
Khabar Odisha:National-Odisha-Suspected-terrorists-seen-in-the-forest-of-vaishno-devi-security-forces-surrounded-the-whole-area
ଜାମ୍ମୁ, ଏପ୍ରିଲ ୧୬(ଖବର ଓଡିଶା):

ବୈଷ୍ଣବ ଦେବୀ ମନ୍ଦିର ବେଶ ଜଣାଶୁଣା । ପ୍ରତିଦିନ ସେଠାରେ ଭକ୍ତଙ୍କ ସମାଗମ ହୋଇଥାଏ । ବୈଷ୍ଣବ ଦେବୀଙ୍କ ଯାତ୍ରାୟତ ରାସ୍ତାରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତିର ସୂଚନା ପାଇ ସେଠାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।

ପ୍ରତିଦିନ ସେଠାକୁ ଲକ୍ଷାଧିକ ଭକ୍ତ ପୂଜାର୍ଚ୍ଚନା ପାଇଁ ଯାଆନ୍ତି । ବୈଷ୍ଣବ ଦେବୀଙ୍କ ସେହି ଯାତ୍ରାୟତ ରାସ୍ତାରେ କୈାଣସି ସୂତ୍ରରୁ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତିର ସୂଚନା ପାଇ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରିଛି । ଆତଙ୍କବାଦୀଙ୍କୁ ଖୋଜିବା ସହ ସେହି ସ୍ଥାନକୁ ହାଇଆଲର୍ଟ କରାଯାଇଛି । ଭୈରୀ ଘାଟିରେ ସର୍ଚ୍ଚ ଅପେରେସନ ଜାରି ସହ ଉକ୍ତ ରାସ୍ତାରେ ଭକ୍ତଙ୍କ ଯାତାୟତ ବନ୍ଦ କରିଦିଆଯାଇଛି । ଭକ୍ତଙ୍କ ପାଇଁ ନୂଆ ମାର୍ଗରେ ସମସ୍ତ ଯାତାୟତ ସୁବିଧା କରାଯାଇଛି । 

ସୁରକ୍ଷାକର୍ମୀଙ୍କ କହିବାନୁସାରେ ସାଞ୍ଜି ଛତ ନିକଟରେ ଦୁଇ ରୁ ତିନିଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଦେଖାଯାଇଥିଲା । ସେମାନେ ସେହି ଘନ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ସୂଚନା ମିଳିଛି । କିନ୍ତୁ ବର୍ତ୍ତମାନ ଯାଏଁ ସନ୍ଦିଗ୍ଧ ଆତଙ୍କବାଦୀ କେଉଁଠାରେ ରହିଛନ୍ତି ତାର କୈାଣସି ଖବର ମିଳିନାହିଁ ତେଣୁ ଖୋଳତାଡ଼ କରାଯାଉଛି । ଉକ୍ତ ସ୍ଥାନରେ ପୋଲିସ ଓ ସିଆରପିଏଫ ଯବାନ ଓ ଅଧିକାରୀ ପହଂଚିଛନ୍ତି ।

  • Tags:

Subscribe

National International State Sports Entertainment