Home >
ମସଜିଦରେ ନମାଜ ପଢିବାକୁ ଅନୁମତି ମାଗିଲେ ମୁସଲିମ ମହିଳା, କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ନୋଟିସ
Khabar Odisha:National-Odisha-Supreme-court-issues-notice-to-central-government-on-muslim-women-offer-prayers-in-mosques
ନୂଆଦିଲ୍ଲୀ, ଏପ୍ରିଲ ୧୬(ଖବର ଓଡିଶା):

ମୁସଲିମ ସାମ୍ପ୍ରଦାୟରେ ମହିଳାଙ୍କୁ ମସଜିଦରେ ନମାଜ ପଢିବାକୁ ମନା । ମୁସଲିମ ଦମ୍ପତି ମହିଳାଙ୍କୁ ମସଜିଦରେ ନମାଜ ପଢିବାକୁ ଅନୁମତି ପାଇଁ ସୁପ୍ରିମ କୋର୍ଟରେ ଦାଖଲ କରିଥିବା ଯାଚିକା ଉପରେ ଆଜି ସୁପ୍ରିମ କୋର୍ଟ ଶୁଣାଣୀ କରି ନୋଟିସ ଜାରି କରିିଛନ୍ତି ।

ମୁସଲିମ ଦମ୍ପତି ମହିଳାଙ୍କୁ ମସଜିଦରେ ନମାଜ ପଢିବାକୁ ଅନୁମତି ପାଇଁ ସୁପ୍ରିମ କୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ । ଏହା ଉପରେ ଶୁଣାଣୀ କରିବାକୁ ସୁପ୍ରିମ କୋର୍ଟ ଅଜି ରାଜି ହୋଇଥିଲେ । ଏବଂ ସୁପ୍ରିମ କୋର୍ଟ ପକ୍ଷରୁ କେନ୍ଦ୍ରକୁ ଏକ ନୋଟିସ ଜାରି କରାଯାଇଛି । କେବଳ କେନ୍ଦ୍ର ସରକାରଙ୍କୁ ନୁହେଁ ରାଷ୍ଟ୍ର୍ରିୟ ମହିଳା ଆୟୋଗ , ସେଣ୍ଟ୍ରାଲ ୱଫ କାଉନସିଲ ଓ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ଼କୁ ମଧ୍ୟ ନୋଟିସ ଜାରି କରାଯାଇଛି । ଦାଖଲ ହୋଇଥିବା ଯାଚିକାରେ ରହିଛି କୋରାନ କିମ୍ବା ହଦିସରେ ଲିଙ୍ଗକୁ ନେଇ କୈାଣସି ଭେଦଭାବ ନାହିଁ । ଏହି ପରି ପରମ୍ପରା ମହିଳାଙ୍କ ଗାରିମାକୁ କ୍ଷତି ପହଂଚାଉଛି । 

ସେଥିରେ ଏହା ମଧ୍ୟ କୁହାଯାଇଛି ଯେ, ପୁରୁଷଙ୍କ ଭଳି ମହିଳାଙ୍କୁ ମଧ୍ୟ ପୂଜା କରିବା ପାଇଁ ସାମ୍ବିଧାନିକ ଅଧିକାର ରହିଛି । ବର୍ତ୍ତମାନ ଜମାତ-ଇ-ଇସଲାମୀ ଓ ଶିୟା ସମ୍ପ୍ରଦାୟର ମହିଳାଙ୍କୁ ମସଜିଦରେ ନମାଜ ପଢିବାକୁ ଅନୁମତି ମିଳିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ସୁନ୍ନି ମାନଙ୍କୁ ଅନୁମତି ମିଳିନାହିଁ । ଏହି ମାମଲାରେ ସୁପ୍ରିମ କୋର୍ଟ ସେମାନଙ୍କୁ ମସଜିଦରେ ନମାଜ ପଢିବାକୁ ଅନୁମତି ଦେବାକୁ ନିଷ୍ପତି ନେଇଛନ୍ତି । ଏବଂ ସମସ୍ତଙ୍କୁ ନୋଟିସ ପଠାଇ ଅନୁମତି ପାଇଁ କହିଛନ୍ତି ।

Subscribe

National International State Sports Entertainment