Home >
ପୁଲୱାମା ଆକ୍ରମଣ ଘଟଣାରେ ସଂପୃକ୍ତ ସବୁ ଆତଙ୍କବାଦୀ ଗୋଟିଏ ମାସ ମଧ୍ୟରେ ନିପାତ!
Khabar Odisha:Nation-security-Pulwama-attack-one-month-army-shot-down-all-terrorist-who-were-involved

ନୂଆଦିଲ୍ଲୀ, ମାର୍ଚ୍ଚ ୧୫ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଗତ ଫେବୃୟାରୀ ୧୪ର ଘଟଣା ସହିତ ସଂପୃକ୍ତ ସବୁ ଆତଙ୍କବାଦୀ ମାସକ ମଧ୍ୟରେ ନିପାତ ହୋଇଛନ୍ତି । ଘଟଣା ଦିନ ପ୍ରାୟ ୭୦ରୁ ଅଧିକ ବସରେ ଜମ୍ମୁରୁ ଶ୍ରୀନଗର ଫେରୁଥିବା ୨୦୦୦ ସିଆରପିଏଫ ଯବାନଙ୍କ ଗାଡ଼ିକୁ ଟାର୍ଗେଟ କରି ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଦ୍ୱାରା କାର ବୋମା ବିସ୍ଫୋରଣ କରାଯାଇଥିଲା । ଏହି ଘଟଣାରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଏକ ମାସ ପରେ ଘଟଣାସ୍ଥଳରେ ଆକ୍ରମଣର ଚିହ୍ନ ଲିଭି ଯାଇଛି, ଜାତୀୟ ରାଜପଥରେ ପୂର୍ବଭଳି ଯାନବାହାନ ଚଳାଚଳ କରୁଛି କିନ୍ତୁ ସୁରକ୍ଷାବାହିନୀ ଏହି ଆକ୍ରମଣ ପାଇଁ ଦାୟୀ ଥିବା ଜୈଶ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଜାରି ରଖିଛି । 

ଆକ୍ରମଣ ପରେ ଜୈଶ ବିରୋଧରେ ଘାଟିରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି, ଯେଉଁଠାରେ ସୂଚନା ମିଳୁଛି ସୁରକ୍ଷାବାହିନୀ ସେଠାରେ ଅଭିଯାନ ଚଳାଇଛି । ସୁରକ୍ଷାବାହିନୀ ଗୋଟିଏ ପରେ ଗୋଟିଏ ଆତଙ୍କବାଦୀକୁ ସଫା କରୁଛି । 

ସୂତ୍ର ଅନୁସାରେ ଏଯାଏଁ ଜୈଶ-ଏ-ମହମ୍ମଦର ୧୪ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏଥିରେ ୬ ଜଣ କମାଣ୍ଡର ମଧ୍ୟ ସାମିଲ ଅଛନ୍ତି । ଏହି ଜଣ କମାଣ୍ଡର ପୁଲୱାମା ଆତଙ୍କବାଦୀ ଘଟଣା ସହିତ ସଂପୃକ୍ତ ଥିଲେ । ଏମାନଙ୍କ ମଧ୍ୟରୁ ୨ ଜଣ ପାକିସ୍ତାନୀ ଥିଲେ । ପାକିସ୍ତାନୀ ଆତଙ୍କବାଦୀ କାମରାନ ଏବଂ ତସାଦୁଖ ଖାନ ପୁଲୱାମା ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିଲେ । କାମରାନ ବିସ୍ଫୋରକ ସାମଗ୍ରୀ ପ୍ରସ୍ତିୁତ କରିବାରେ ଧୂରନ୍ଧର ଥିଲା । ସେ ବିସ୍ଫୋରକ ସାମଗ୍ରୀକୁ ଏକତ୍ର କରିଥିଲା । ସେ ଆକ୍ରମଣ ପାଇଁ ଆଦିଲ ଅହମଦ ଡରକୁ ମଧ୍ୟ ପ୍ରସ୍ତୁତ କରିଥିଲା । ତସାଦୁକ ଏହି ବିସ୍ଫୋରକ ସାମଗ୍ରୀକୁ ତ୍ରାଲ ଯାଏଁ ପହଂଚାଇଥିଲା ଏବଂ ସେ ଏଥିପାଇଁ ଗାଡ଼ିର ବନ୍ଦୋବସ୍ତ କରିଥିଲା । 

ଶ୍ରୀନଗରର ୧୫ କୋର ଜେନେରାଲ ଅଫିସର ଇନ କମାଣ୍ଡ ଲେଫେନେଣ୍ଟ ଜେନେରାଲ କେଜେଏସ ଢିଲ୍ଲୋ କହିଛନ୍ତି, ଆକ୍ରମଣ ଦିନ ଠାରୁ ଏଯାଏଁ ଜୈଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏଯାଏଁ ସଫଳାତାପୂର୍ବକ ଅଭିଯାନ ପରିଚାଳନା କରାଯାଇଛି ବୋଲି ସେ କହିଛନ୍ତି । ଯେତେଦିନ ଯାଏଁ ସମସ୍ତଙ୍କୁ ଶେଷ କରା ନଯାଇଛି, ଜୈଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜୈଶ ବିରୋଧରେ ଅଭିଯାନ କେବଳ ଘାଟିରେ ହେଉ ନାହିଁ ବରଂ ସୀମାରେ ମଧ୍ୟ ଚାଲିଛି । ଦେଶର ବାୟୁସେନା ପାକିସ୍ତାନ ଅଧିକୃତ କଶ୍ମୀରରେ ପ୍ରବେଶ କରି ଜୈଶ ଶିବିରର ବିସ୍ଫୋରଣ କରିଛି । ବାଲାକୋଟରେ ଭାରତ ବିରୋଧରେ ଜୈଶ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରିଥାଏ । 

  • Tags:

Subscribe

National International State Sports Entertainment