Home >
ଏନକାଉଣ୍ଟରରେ ୨ ନକ୍ସଲ ନିପାତ, ଗୁରୁତର ସିଆରପିଏଫ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି
Khabar Odisha:Nation-security-Andhra-Pradesh-2-armed-naxals-were-neutralised-in-an-encounter

ବିଶାଖାପାଟଣା, ମାର୍ଚ୍ଚ ୧୬ (ଖବର ଓଡ଼ିଶା): ଲୋକସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ନକ୍ସଲ ମାତିବା ଆରମ୍ଭ କରି ଦେଇଛନ୍ତି । ଆନ୍ଧ୍ରପ୍ରଦେଶର ପେଡାବାୟାଲୁସ୍ଥିତ ଏକ ଜଙ୍ଗଲରେ ନକ୍ସଲମାନେ ଚଳ ପ୍ରଚଳ କରୁଥିବା ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ମାତ୍ରେ ସିଆରପିଏଫର ୧୯୮ ବାଟାଲିୟନ ପକ୍ଷରୁ ଏନକାଉଣ୍ଟର କରାଯାଇଥିଲା । ନକ୍ସଲମାନେ ମାନେ ମଧ୍ୟ ସିଆରପିଏଫ ଯବାନମାନଙ୍କୁ କଡ଼ା ଜବାବ ଦେଇଥିଲେ । 

ଏହି ଏନକାଉଣ୍ଟରରେ ୨ ଜଣ ନକ୍ସଲ ନିପାଲ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଲେଖାଯିବା ବେଳକୁ ଏନକାଉଣ୍ଟର ଶେଷ ହୋଇଛି ବୋଲି ଜାତୀୟ ଗଣମାଧ୍ୟମରୁ ଜଣାଯାଇଛି । 

  

 

  • Tags:

Subscribe

National International State Sports Entertainment