Home >
ନପୁଂସକତା ଅପରେଶନ ପାଇଁ ହସ୍ପିଟାଲ ଯାଇଥିଲେ ଯୁବକ, ପେଟରେ ଥିଲା ଗର୍ଭାଶୟ
Khabar Odisha:Nation-Uterus-and-fallopian-tubes-removed-from-the-body-of-a-young-man

ମୁମ୍ବାଇ, ଜୁଲାଇ ୧୨ (ଖବର ଓଡ଼ିଶା): ନପୁଂସକତା ଚିକିତ୍ସା ପାଇଁ ମୁମ୍ବାଇର ସରକାରୀ ଜେଜେ ହସ୍ପିଟାଲ ଆସିଥିବା ଜଣେ ୨୯ ବର୍ଷିଅ ଯୁବକଙ୍କ ଶରୀରରେ ଡାକ୍ତରମାନେ ଗର୍ଭାଶୟ ପାଇଛନ୍ତି । ଏହି ଗର୍ଭାଶୟ ମହିଳାଙ୍କ ଜନନାଙ୍ଗ ଭଳି ବୋଲି ଡାକ୍ତରମାନେ ଜାତୀୟ ଗଣମାଧ୍ୟମକୁ ସୂୂଚନା ଦେଇଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ଯୁବକଙ୍କ ଶରୀରରେ ଏହା ଏକ ଅଦ୍ଭୁତ ତ୍ରୁଟି ଦେଖିବାକୁ ମିଳିଛି । ଏଭଳି ମାମଲା ଏଯାଏଁ ୨୦୦ଟି ରହିଛି । ଗତ ମାସରେ ଡାକ୍ତରମାନେ ଏହି ଅପରେଶନ କରିଥିବା ବେଳେ ସଂପୃକ୍ତ ଯୁବକର ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ଘଟୁଛି । 

ହସ୍ପିଟାଲର ୟୁରୋଲୋଜୀ ବିଭାଗର ମୁଖ୍ୟ ଡାକ୍ତର ଭେଙ୍କଟ ଗୀତେ କହିଛନ୍ତି, ଯୁବକଙ୍କ ସର୍ଜରୀ ଜୁନ ୨୬ରେ କରାଯାଇଥିଲା । ସେ କହିଛନ୍ତି, ଯୁବକଙ୍କ ଶରୀରରୁ ଗର୍ଭାଶୟ, ଫେଲୋପିୟନ ଟ୍ୟୁବ, ସର୍ଭିକ୍ସ ଏବଂ ଯୋନୀର ଏକ ଅଂଶ ଅପରେଶନରେ ବାହାର କରାଯାଇଛି । ଏଯାଏଁ ୨୦୦ଟି ଏଭଳି ମାମଲା ଦୃଷ୍ଟିଗୋଚର ହୋଇଛି । ଏହାକୁ ପ୍ରୋସିଷ୍ଟେଣ୍ଟ ମୁଲେିୟାନ ଆକ୍ସ ସିଣ୍ଡ୍ରୋମ କୁହାଯାଇଥାଏ । 

ଡାକ୍ତର ଗୀତେ କହିଛନ୍ତି, ରୋଗୀର ଶରୀରର ଚର୍ମରୁ ଜଣାପଡୁଥିଲା ଯେ, ତା’ର ଟେଷ୍ଟିକାଲ ଏବେ ବି ଶରୀର ଭିତରେ ରହିଛି । ଏହି ସମସ୍ୟାକୁ ସର୍ଜରୀ ମାଧ୍ୟରେ ସମାଧାନ କରାଯାଇ ପାରିବ । ମାତ୍ର ଆମେ ଯେତେବେଳେ ସର୍ଜରୀ ଆରମ୍ଭ କଲୁ, ଶରୀର ଭିତରେ ଏକ ଗର୍ଭାଶୟ ଥିଲା । 

ଡାକ୍ତର କହିଛନ୍ତି, ଏମଆରଆଇରୁ ଜଣାପଡ଼ିଥିଲା ଯେ, ତା’ର ଶରୀର ଭିତର ଫଲୋପିୟନ ଟ୍ୟୁବ, ସର୍ଭିକ୍ସ ଏବଂ ଯୋନୀ ଭଳି ସ୍ତ୍ରୀ ଜନନାଙ୍ଗ ରହିଛି । ସର୍ଜର ସଫଳ ରହିଛି କିନ୍ତୁ ଯୁବକ ପୁଣି କେବେ ବି ବାପା ହୋଇ ପାରିବ ନାହିଁ । କାରଣ ସେ ଏଜୋର୍ସ୍ପାମିଆ ରୋଗରେ ପୀଡ଼ିତ । ଏହି ରୋଗରେ ପୁରୁଷଙ୍କ ସିମେନରେ ସ୍ପର୍ମ ନଥାଏ । 

    

 

  • Tags:

Subscribe

National International State Sports Entertainment