Home >
ସଂଘର ସ୍ୱୟଂସେବକଙ୍କୁ ବାର୍ତ୍ତା: ଭଲ ସରକାର ଗଢ଼ିବା ପାଇଁ ଶକ୍ତି ଲଗାଅ
Khabar Odisha:Nation-RSS-RSS-advices-its-member-to-form-government-and-campaign-for-100-per-cent-voting

ନୂଆଦିଲ୍ଲୀ, ମାର୍ଚ୍ଚ ୧୬ (ଖବର ଓଡ଼ିଶା): ଲୋକସଭା ନିର୍ବାଚନ ଲାଗି ଲଢ଼େଇ ଆରମ୍ଭ ହୋଇଯାଇଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ନିଜର ସ୍ୱୟଂସେବକ ମାନଙ୍କୁ ବାର୍ତ୍ତା ଦେଇଛି ଯେ, ଏଥର ‘ନିଜର ବିଚାରଧାରା ଅନୁକୁଳ’ ସରକାର ଆଣିବା ଲାଗି ଶକ୍ତି ଲଗାଇବାର ସମୟ ଆସିଛି । ସଂଘର ଲୋକେ ମତଦାତା ସଚେତନ ଜରିଆରେ ୧୦୦ ପ୍ରତିଶତ ମତଦାନ ଉଦ୍ୟମ ସହିତ ଦେଶର ମଙ୍ଗଳ ପାଇଁ ସଠିକ ସରକାର ଆଣିବା ପାଇଁ କାମ କରିବାକୁ ପଡ଼ିବ । ଗତ ସପ୍ତାହରେ ମଧ୍ୟପ୍ରଦେଶର ଗ୍ୱାଲିୟର ଠାରେ ହୋଇଥିବା ସଂଘର ବୈଠକରେ ଅଖିଳ ଭାରତୀୟ ପ୍ରତିନିଧି ସଭା ଜରିଆରେ ମଧ୍ୟ ଏହି ବାର୍ତ୍ତା ଦିଆଯାଇଥିଲା । 

ସଂଘର ଜଣେ ନେତାଙ୍କ କହିବା ଅନୁସାରେ ଏଥର ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି । ଆମେ ସ୍ୱୟଂସେବକଙ୍କୁ ଏହି ବାର୍ତ୍ତା ଦେଉଛୁ । ସ୍ୱୟଂସେବକ ଲୋକଙ୍କ ପାଖକୁ ଯାଇ ୧୦୦ ପ୍ରତିଶତ ମତଦନା ସଂପର୍କରେ ବୁଝାଇବେ । ମତଦାନ ପ୍ରତିଶତ ବଢ଼ାଇବା ପାଇଁ ସେମାନେ ଉଦ୍ୟମ କରିବେ । ଗ୍ୱାଲିୟରରେ ଅନ୍ତିମ ଭାଷଣରେ ସଂଘ ପ୍ରମୁଖ ମୋହନ ଭାଗବତ ମଧ୍ୟ କହିଥିଲେ ଯେ, ସଂଘର ସରକାର୍ଯ୍ୟବାହ ଭୈୟାଜୀ ଯୋଶୀ ମଧ୍ୟ କହିଥିଲେ ଯେ, ଲୋକଙ୍କୁ ଜଣା ଅଛି ଯେ, ସେମାନେ ଦେଶର ମଙ୍ଗଳ ପାଇଁ କାମ କରିବେ । 

ସଂଘର ଅନ୍ୟ ଜଣେ ନେତା ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଏଥର କଡା ଚ୍ୟାଲେଞ୍ଜ ହେବ । ସେ କହିଛନ୍ତି, ୨୦୧୪ ନିର୍ବାଚନରେ ଅନୁକୂଳତା ଥିଲା ଏବଂ ବାତାବରଣ ସଂପୂର୍ଣ୍ଣ ବିଜେପି ସପକ୍ଷରେ ଥିଲା । ଏବେ ଲୋକଙ୍କର ମାନସିକତାରେ ପରିବର୍ତ୍ତନ ଦେଖାଯାଇଛି । ଏଥି ପାଇଁ ରାଷ୍ଟ୍ରବିରୋଧୀକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଶକ୍ତି ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ସଂଘର ଲୋକେ ଯେକୌଣସି ପ୍ରକାରରେ ଲୋକଙ୍କ ନିକଟକୁ ପହଂଚିବେ । ସେହି ପରି ଘର ଘର ଯାଇ ଲୋକଙ୍କୁ ଭଲ ସରକାର ଆଣିବା ପାଇଁ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ମତଦାନ କରନ୍ତୁ ବୋଲି ବୁଝାଇବେ । 

 

  • Tags:

Subscribe

National International State Sports Entertainment