Home >
ବାତ୍ୟା ‘ନିସର୍ଗ’ ନେଇ ଏନଡିଆରଏଫ ପ୍ରସ୍ତୁତ, ମହାରାଷ୍ଟ୍ରରେ ୨୦ ଟିମ ମୁତୟନ
Khabar Odisha:Nation-Maharastra-Nisarg-cyclone-Maharashtra-Mumbai-NDRF-teams-rescue-operation

ନୂଆଦିଲ୍ଲୀ, ଜୁନ ୦୩ (ଖବର ଓଡ଼ିଶା): ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ପାଇଁ ଆଜି ବଡ଼ ଚ୍ୟାଲେଞ୍ଜିଂ ଦିନ ହେବ । ଆରବ ସାଗରରୁ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଥିବା ସାମୁଦ୍ରିକ ଝଡ଼ ଘଣ୍ଟା ପିଛା ୧୨୦ କିମି ବେଗରେ ମାଡି ଆସୁଥିବାରୁ ପରିସ୍ଥିତି କିଛି ଭିନ୍ନ ହୋଇପାରେ । ଏହା ପୂର୍ବରୁ ମୁମ୍ବାଇରେ ବର୍ଷା ହୋଇଛି । ସମୁଦ୍ରରେ ଢେଉ ୬ ଫୁଟ ଉଚ୍ଚ ଉଠିପାରେ । କିନ୍ତୁ ମୁମ୍ବାଇ ସମେତ ମହାରାଷ୍ଟ୍ର ନିସର୍ଗକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛି । ମହାରାଷ୍ଟ୍ରରେ ୨୦ଟି ଏନଡିଆରଏଫ ଟିମ ମୁତୟନ ହୋଇଛନ୍ତି ।

ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫର ୨୦ଟି ମୁତୟନ କରାଯାଇଛି । ମୁମ୍ବାଇରେ ୮ଟି ଟିମ, ରାୟଗଡ଼ଷର ୫ଟି ଟିମ, ପାଳଘରରେ ୨ଟି ଟିମ, ଥାଣେରେ ୨ଟି ଟିମ, ରତ୍ନଗିରିରେ ୨ଟି ଟିମ ଓ ସିନ୍ଧୁଦୁର୍ଗରେ ଗୋଟିଏ ଟିମ ମୁତୟନ ଅଛନ୍ତି । ଏଥି ସହିତ ଆଜି ଭୋରରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି ।  

ବାତ୍ୟା ନିସର୍ଗ ଆଜି ଅପରାହ୍ନରେ ସ୍ଥଳଭାଗକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।  ମହାରାଷ୍ଟ୍ର ସରକାର ପାଇଁ ଆଜି ଓ ଆସନ୍ତାକାଲି ପାଇଁ ଚ୍ୟାଲେଞ୍ଜ ହେବ । ଗତ ମାସରେ ଆରବ ସାଗରରୁ ସ୍ଥଳଭାଗ ଆଡ଼କୁ ମାଡ଼ିଆସିଥିବା ସାମୁଦ୍ରିକ ଝଡ଼ ‘ଅମ୍ପାନ’ ବହୁ କ୍ଷୟକ୍ଷତି କରିଥିଲା । ଓଡ଼ିଶାରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ମୟୂରଭଂଜ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ କ୍ଷୟକ୍ଷତି ହୋଇଥିବା ବେଳେ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଥିଲା । ବାତ୍ୟା ନିସର୍ଗ ମହାରାଷ୍ଟ୍ର ଲୋକଙ୍କର ଚିନ୍ତା ବଢ଼ାଇ ଦେଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବୁଧବାର ଅପରାହ୍ନରେ ନିସର୍ଗ ଗୁଜୁରାଟ ଓ ମହାରାଷ୍ଟ୍ର ମଧ୍ୟରେ ହରିହରେଶ୍ୱର ଓ ଦାମନ ଅଂଚଳରେ ସ୍ଥଳଭାଗକୁ ଅତିକ୍ରମ କରିବ । 

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଙ୍ଗଳବାର କହିଛନ୍ତି, ରାଜ୍ୟର ସମସ୍ତ ଲୋକ ସତର୍କ ରୁହନ୍ତୁ । ସେ କହିଛନ୍ତି, ରାଜ୍ୟରେ ଏପର୍ଯ୍ୟନ୍ତ ଯାହା ସାମୁଦ୍ରିକ ଝଡ଼ ଆସିଛି, ଏହା ସବୁଠାରୁ ବଡ଼ ହୋଇପାରେ । କରୋନା ଭାଇରସ ଯୋଗୁଁ ଉପୁଜିଥିବା ପରିସ୍ଥିତିକୁ ନେଇ ମୁକାବିଲା କରାଯାଉଛି । ବାତ୍ୟା ପାଇଁ ବିମାନବନ୍ଦର, ରେଳ ଷ୍ଟେସନରେ ସତର୍କତା ଅବଲମ୍ବନ କରାଯାଇଛି । ସେହିପରି ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

 

  • Tags:

Subscribe

National International State Sports Entertainment