Home >
୧୯୯୪ରେ ଦିଲ୍ଲୀର ଅଶୋକ ଏବଂ ଜନପଥ ହୋଟେଲରେ ରହୁଥିଲା ମାସୁଦ ଅଜହର
Khabar Odisha:Nation-JeM-JeM-chief-Masood-Azhar-stayed-in-Ashok-and-Janpath-hotels-in-Delhi

ନୂଆଦିଲ୍ଲୀ, ମାର୍ଚ୍ଚ ୧୫ (ଖବର ଓଡ଼ିଶା): ପୁଲୱାମା ଆତଙ୍କବାଦୀ ଘଟଣାର ମାଷ୍ଟର ମାଇଣ୍ଡ ତଥା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଅଜହର ୧୯୯୪ରେ ଦିଲ୍ଲୀର ଅଶୋକ ଏବଂ ଜନପଥ ହୋଟେଲରେ ରହିଥିବା ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଅଜହର ନିର୍ଭୟରେ ଭାରତରେ ଦୀର୍ଘ ଦିନ ଯାଏଁ ରହିଥିଲା । ଜୈଶ ସୁପ୍ରିମୋ ପର୍ତ୍ତୃଗ୍ରୀଜ ପାସପୋଟ ଜରିଆରେ ୧୯୯୪ରେ ଭାରତକୁ ପ୍ରବେଶ କରିଥିଲା । ପ୍ରାୟ ୧୫ ଦିନ ଯାଏଁ ହୋଟେଲ ଜନପଥ, କାରୋଲ ବାଗ ଏବଂ ଲଖନଉ ଏବଂ ସାହାରାନପୁରସ୍ଥିତ ଦାରୁଲ-ଉଲୁମ ଦେଓବାନ୍ଦରେ ରହିଥିଲା । 

ମାସୁଦ ଅଜହର ବାଲାଂଦେଶର ଢ଼ାକା ମାଧ୍ୟମ ଦେଇ ଭାରତକୁ ଆସିଥିଲା । ଇମିଗ୍ରେସନ ଅଧିକାରୀ ଯେତେବେଳେ ତାଙ୍କୁ ପ୍ରଶ୍ନ ପଚାରିଥିଲେ ସେ କହିଥିଲା ସେ ଗୁଜୁରାଟି ପରିବାରରେ ଜନ୍ମ ନେଇଛି । ଏବେ ମୁଁ ଢ଼ାକାରେ ୨ ଦିନ ରହିଛି ଏବଂ ଭାରତ ଆସିଛି । ମାସୁଜ ଅଜହର ୧୯୯୪ ଜାନୁୟାରୀ ୨୯ରେ ବାଲାଂଦେଶ ଏୟାରଲାଇନ ମାଧ୍ୟମରେ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ପହଂଚିଥିଲା ।

ମାସୁଦ ଅଜହର ସାହାରାନପୁର ଠରେ ଗୋଟିଏ ରାତି ଏକ ମସଜିଦରେ ରହିଥିଲା । ସେଠାରେ ସେ ନିଜର ପ୍ରକୃତ ପରିଚୟ ପ୍ରକାଶ କରି ନଥିଲା । ଜାନୁୟାରୀ ୩୧ରେ ସେ ପୁଣି ଦିଲ୍ଲୀ ଫେରି ଆସିଥିଲା । ସେଦିନ ସେ କନ୍ନଟ ପେଲେସସ୍ଥିତ ଜନପଥ ହୋଟେଲରେ ରହିଥିଲା । ଅଜହର ଫେବୃୟାରୀ ୯ରେ ଶ୍ରୀନଗର ଯାଇଥିଲା । ଏହା ପୂର୍ବରୁ ସେ ଲଖନଉରେ ମୌଲାନା ଆବୁ ହୁସେନ ନାଡଭି ଓରଫ ଅଲି ମିଆନଙ୍କୁ ଭେଟିବାକୁ ଉଦ୍ୟମ କରି ବିଫଳ ହୋଇଥିଲା । ଏହା ପରେ ସେ ଦିଲ୍ଲୀ ଫେରିଆସି କାରୋଲବାଗସ୍ଥିତ ହୋଟେଲ ଶିଲା ମହଳରେ ରହିଥିଲା । 

 

 

  • Tags:

Subscribe

National International State Sports Entertainment