ଲଖନଉ, ସେପ୍ଟେମ୍ବର ୨୫ (ଖବର ଓଡ଼ିଶା): ଚଳିତ ସପ୍ତାହରେ ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଓ ବର୍ଷା ସଂପକିର୍ତ ଅଘଟଣ ଯୋଗୁଁ ୨ ଦିନ ଭିତରେ ରାଜ୍ୟରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଶନିବାର ରାଜ୍ୟ ସରକାର ଏହା କହିଛନ୍ତି । ବର୍ଷା ଯୋଗୁଁ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ମୁଜାଫରନଗରରେ ୨ ଜଣ ଓ ଫତେପୁର, ଆଲିଗଡ଼ ଏବଂ ଗୋରଖପୁରରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି । ବଜ୍ରପାତରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ପ୍ରୟାଗରାଜରୁ ୩ ଜଣ, ଚାନ୍ଦୌଲି, ସୀତାପୁର, ଆଲିଗଡ଼ ଏବଂ ହର୍ଦୋଇରେ ଜଣେ ଲେଖାଏଁ ସାମିଲ ଅଛନ୍ତି ।
ମଥୁରାରେ କୂଅରେ ପଡ଼ି ୨ ଜଣଙ୍କ ଜୀବନ ଯାଇଥିବା ବେଳେ ସୁଲତାନପୁରରେ ସାପ କାମୁଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଫତେପୁର, ଆଗ୍ରା ଓ ଆମେଥୀରେ ପାଣିରେ ବୁଡ଼ି ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି । ରାଜ୍ୟ ସରକାର ମୃତକଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ଘୋଷଣା କରିଛନ୍ତି । ପ୍ରତି ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମିଳିବ ।