Home >
ମେ ପହିଲାରୁ ଲାଗୁ ହେବ ରେଳୱେର ନୂଆ ନିୟମ, ୪ଘଣ୍ଟା ପୂର୍ବରୁ ଯାତ୍ରୀ ବଦଳାଇପାରବେ ନିର୍ଦ୍ଧାରିତ ଷ୍ଟେସନ
Khabar Odisha:Natioanal-odisha-Rail-passengers-can-change-boarding-station-before-four-hours-of-journey
ନୂଆଦିଲ୍ଲୀ, ଏପ୍ରିଲ ୧୬(ଖବର ଓଡିଶା):

ରେଳ ଯାତ୍ରୀଙ୍କ ପାଇଁ ଏକ ଭଲ ଖବର । ମେ ପହିଲାରୁ ରେଳୱେ ପକ୍ଷରୁ ଯାତ୍ରୀଙ୍କ ଯାତ୍ରା ସମ୍ପନ୍ଧୀୟ ନୂଆ ନିୟମ ଲାଗୁ କରାଯିବ । ବର୍ତ୍ତମାନ ଚାରିଘଣ୍ଟା ପୂର୍ବରୁ ଯାତ୍ରୀ ତାଙ୍କ ଯାତ୍ରା କରିବା ଷ୍ଟେସନ ପରିବର୍ତ୍ତନ କରିପାରିବେ ।

ରେଳୱେ ଯାତ୍ରୀଙ୍କ ସୁବିଧା ପାଇଁ କିଛି ନୂଆ ନିୟମ ଲାଗୁ କରିବ । ପୂର୍ବରୁ ଯାତ୍ରୀଙ୍କୁ ନିଜ ନିର୍ଦ୍ଧାରିତ ଷ୍ଟେସନ ପରିବର୍ତ୍ତନ କରିବାକୁ ୨୪ ଘଣ୍ଟା ଆଗରୁ ପରିବର୍ତ୍ତନ କରିବାକୁ ପଡ଼ୁଥିଲା । କିନ୍ତୁ ମେ ପହିଲାରୁ ଲାଗୁ ହେବାକୁ ଥିବା ନିୟମ ଅନୁଯାୟୀ ଯାତ୍ରୀ ଚାରିଘଣ୍ଟା  ପୂର୍ବରୁ ବଦଳାଇ ପାରିବେ । ଯେଉଁ ଯାତ୍ରୀମାନେ ପୂର୍ବରୁ ଟିକେଟ ବୁକ୍  କରିଥିବେ କିନ୍ତୁ କୈାଣସି କାରଣ ବସତଃ ସେ ଅନ୍ୟ ସହରରେ ଅଛନ୍ତି । ତେବେ ସେ ନୂଆ ସାର୍କୁଲାର ନିୟମ ଅନୁଯାୟୀ ଚାର୍ଟ ପ୍ରସ୍ତୁତ ହେବା ପୂର୍ବରୁ ନିଜ ବୋଡ଼ିଙ୍ଗ ଷ୍ଟେସନ ପରିବର୍ତ୍ତନ କରିପାରିବେ । ଏହା କରିବା ପାଇଁ ଯାତ୍ରୀ ୧୩୯ରେ କଲ କରି କମ୍ବା ଷ୍ଟେସନ ସୁପରଭାଇଜର ରିଜରବେସନକୁ ଏକ ଆବେଦନ ପତ୍ର ଦେବାକୁ ପଡ଼ିବ । ରେଳୱେ ଦ୍ୱାରା ଏହା ସ୍ପଷ୍ଟ କରାଯାଇଛି ଯେ ଏହି ଆବେଦନ ଦ୍ୱାରା ବୋଡ଼ିଙ୍ଗ ଷ୍ଟେସନ ବଦଳାଇଯାଇପାରିବ କିନ୍ତୁ କୈାଣସି ଟଙ୍କା ଫେରସ୍ତ କରାଯିବ ନାହିଁ ।

Subscribe

National International State Sports Entertainment