Home >
କେରଳ ଇଡୁକି ଜିଲ୍ଲାର ଚାହା ବଗିଚାରେ ଭୂସ୍ଖଳନ ଘଟଣା, ବର୍ତ୍ତମାନ ସୁଦ୍ଧା 50 ଜଣଙ୍କ ମୃତଦେହ ଉଦ୍ଧାର
Khabar Odisha:Kerala-Death-toll-in-Idukki-landslide-rises-to-50
କେରଳ, ଅଗଷ୍ଟ ୧୧ (ଖବର ଓଡ଼ିଶା):

କେରଳର ଇଡୁକି ଜିଲ୍ଲାରେ ପାଞ୍ଚ ଦିନ ପୂର୍ବେ ଘଟିଥିବା ଭୂସ୍ଖଳନ କାରଣରୁ କ୍ଷତିଗ୍ରସ୍ତ ହୋଇଥିବା ଘରର ମାଟି ଓ ଆବର୍ଜନା ମଧ୍ୟରୁ ଜାରି ରହିଛି ଲୋକଙ୍କ ମୃତଦେହ ଉଦ୍ଧାର କରିବା କାର୍ଯ୍ୟକ୍ରମ । ବର୍ତ୍ତମାନ ସୁଦ୍ଧା 50 ଜଣ ଲୋକଙ୍କ ମୃତଦେହ ଉଦ୍ଧାର କରାଯାଇ ସାରିଲାଣି । ଏହା ସହ ଏହି ଘଟଣାରେ ମୃତକଙ୍କ ସଂଖ୍ୟା ମଧ୍ୟ 50 କୁ ବୃଦ୍ଧି ପାଇଛି । ଇଡୁକିରେ ଭୂସ୍ଖଳନରେ ଚା ବଗିଚାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ 20ଟି ଘର ନଷ୍ଟ ହୋଇଯାଇଛି । ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭୂସ୍ଖଳନ ଘଟିଥିବା ସ୍ଥାନରେ 78 ଜଣ ଲୋକ ରହୁଥିଲେ । ଏହି ଘଟଣା ପରେ 12 ଜଣ ଲୋକଙ୍କୁ ଜୀବିତ ଉଦ୍ଧାର କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା 50 ଟି ମୃତଦେହ ଉଦ୍ଧାର କରାଯାଇଛି। ଅବଶିଷ୍ଟ ଲୋକଙ୍କୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି ବୋଲି ଅଧିକାରୀମାନେ କହିଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ଏବଂ ପାଞ୍ଚ ଜଣ ମହିଳା ମଧ୍ୟ ଅଛନ୍ତି।

ଗତ କିଛି ଦିନ ହେବ ପ୍ରବଳ ବର୍ଷା ହେତୁ ପାର୍ବତ୍ୟ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ସମ୍ପର୍କରେ କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (କେଏସଡିଏମଏ) ଚେତାବନୀ ଦେଇଛି ଏବଂ ଉକ୍ତ ଅଞ୍ଚଳର ବାସିନ୍ଦା ତଥା ସରକାରୀ କର୍ତ୍ତୃପକ୍ଷଙ୍କୁ ସଜାଗ ରହିବାକୁ କହିଛି । ଚାରି ଦିନ ପୂର୍ବେ ଇଡୁକି ଜିଲ୍ଲାର ରାଜାମାଲା ନିକଟ ପେଟିମୁଦି ଠାରେ ଘଟିଥିବା ଭୂସ୍ଖଳନ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୋମବାର ଏହି ଉଦ୍ଧାର ଅଭିଯାନରେ ନିୟୋଜିତ ଥିବା ବିଭିନ୍ନ ସଂସ୍ଥା ଦ୍ୱାରା ମାଟି ଖୋଳାଯାଇ ଆଉ ଛଅ ଟି ଶବକୁ ବାହାର କରାଯାଇଥିଲା, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା 50 କୁ ବୃଦ୍ଧି ପାଇଛି | ଅଧିକାରୀ କହିଛନ୍ତି ଯେ ନିଖୋଜ ଲୋକଙ୍କ ସନ୍ଧାନରେ ଏନଡିଆରଏଫ, ଅଗ୍ନିଶମ ବିଭାଗ ଏବଂ ପୋଲିସ ବିଭାଗ ସମେତ ବିଭିନ୍ନ ସଂଗଠନର ସ୍ୱେଚ୍ଛାସେବୀମାନେ ନିୟୋଜିତ ଅଛନ୍ତି । 

  • Tags:

Subscribe

National International State Sports Entertainment