Home >
ନ୍ୟୁଜିଲାଣ୍ଡ ଖ୍ରୀଷ୍ଟଚର୍ଚ୍ଚ ସହରରେ ଆତଙ୍କୀ ହମଲା ପରେ ୯ ଭାରତୀୟ ନିଖୋଜ
Khabar Odisha:International-odisha-9-Indian-missing-after-terror-attacks-in-Christchurch-city-of-New-Zealand
ଖ୍ରୀଷ୍ଟଚର୍ଚ୍ଚ,ମାର୍ଚ୍ଚ୧୫(ଖବର ଓଡ଼ିଶା):

ନ୍ୟୁଜିଲାଣ୍ଡର ଖ୍ରୀଷ୍ଠଚର୍ଚ୍ଚ ସହରରେ ଦୁଇଟି ମସଜିଦରେ ହୋଇଥିବା ଅତର୍କିତ ଆଖିବୁଜା ଗୁଳିଚାଳନାରେ ୪୯ ଜଣଙ୍କ ମୃତ୍ୟୁ ଘଟିଛି। ୨୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ମାତ୍ର ଏହି ହମଲା ପରେ ୯ ଭାରତୀୟ ନିଖୋଜ ହୋଇଥିବା ଜଣା ପଡିଛି। ନ୍ୟୁଜିଲାଣ୍ଡରେ ଭାରତୀୟ ରାଷ୍ଟ୍ରଦୂତ ଏହି ସୂଚନା ଦେଇଛନ୍ତି। 

ଏହି  ହମଲା କରିଥିବା ଆକ୍ରମଣକାରୀର ଚିହ୍ନଟ ଅଷ୍ଟ୍ରେଲିଆ ନାଗରିକ ରୂପେ ହୋଇଛି। ଆକ୍ରମଣକାରୀର ବୟସ ୨୮ ବର୍ଷ ଏବଂ ନାମ ବ୍ରେଣ୍ଟନ ଟ୍ୟାରେଣ୍ଟ।  ଅତି ଦକ୍ଷିଣପନ୍ଥୀ ବିଚାରଧାରାରେ ପ୍ରଭାବିତ ହୋଇଥିବା ଜଣା ପଡ଼ିଛି। ଏହି ହମଲାରେ ବାଂଲାଦେଶ କ୍ରିକେଟ୍ ଦଳ ଅଳ୍ପକେରୁ ବର୍ତ୍ତି ଯାଇଛନ୍ତି। ଏହି ସମୟରେ ଖେଳାଳିମାନେ ଜୁମେର ନମାଜ ପାଇଁ ଖ୍ରୀଷ୍ଟଚର୍ଚ୍ଚର ମସଜିଦ ପହଞ୍ଚିଥିଲେ। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନ ଏହାକୁ ଆତଙ୍କୀ ହମଲାର ଆଖ୍ୟା ଦେଇଛନ୍ତି। 

ଆକ୍ରମଣକାରୀ ଏହି କାପୁରୁଷତା ହମଲାକୁ ଫେସବୁକରେ ଲାଇଭ ଷ୍ଟ୍ରିମିଂ କରିଥିଲା। ଭିଡ଼ିଓର ଆରମ୍ଭରେ ଚାଲ ପାର୍ଟି ଆରମ୍ଭ କରିବା କହି ଆଖିବୁଜା ଗୁଳିଚାଳନା ଆରମ୍ଭ କରିଥିଲା। ଗୁରୁବାର ରାତିରେ ହିଁ ଫେସବୁକ ପୋଷ୍ଟ ଜରିଆରେ ଆକ୍ରମଣକାରୀ ନିଜର ଉଦ୍ଦେଶ୍ୟ ଜାହିର କରି ସାରିଥିଲା। ସେ ପୋଷ୍ଟରେ ଲେଖିଥିଲା ଯେ, ଆକ୍ରମଣକାରୀଙ୍କ ଉପରେ ହମଲା କରିବ ଏବଂ ଏହାକୁ ଫେସବୁକ ଲାଇଭ କରି ଦେଖାଇବ। ଏହି ହମଲାରେ ପୋଲିସ ୪ ଜଣକୁ ଗିରଫ କରିଛି, ଏଥିରେ ଜଣେ ମହିଳା ବି ସାମିଲ। 

  • Tags:

Subscribe

National International State Sports Entertainment