Home >
ଭିଡିଓ: ୮୫୦ ବର୍ଷର ପୁରୁଣା ଚର୍ଚ୍ଚରେ ନିଆଁ
Khabar Odisha:International-France-Fire-breaks-out-at-Notre-dame-cathedral-in-Paris

ପ୍ୟାରିସ, ଏପ୍ରିଲ ୧୬ (ଖବର ଓଡ଼ିଶା): ଫ୍ରାନ୍ସର ଐତିହାସିକ ନୋଟ୍ରୋ ଡେମ ଚର୍ଚ୍ଚରେ ଭୟାବହ ଅଗ୍ନିକାଣ୍ଡ ଘଟଣା ଦେଖିବାକୁ ମିଳିଛି । ବିଶ୍ୱ ପ୍ରସିଦ୍ଧ ଏହି ଚର୍ଚ୍ଚ କେନ୍ଦ୍ରୀୟ ପ୍ୟାରିସରେ ଅବସ୍ଥିତ । ଚର୍ଚ୍ଚରେ ନିଆଁ ଲାଗିବା ଖବର ସୋସିଆଲ ମିଡିଆରୁ ଜଣାପଡ଼ିଥିବା ବେଳେ ଖବର ସଂସ୍ଥା ରାୟଟରର୍ସ ଅନୁସାରେ ଚର୍ଚ୍ଚରେ ନିଆଁ ଲାଗିବା ଘଟଣା ସ୍ପଷ୍ଟ ହୋଇଛି । 

ସୋସିଆଲ ମିଡିଆରେ ଯେଉଁ ଫଟୋ ପୋଷ୍ଟ କରାଯାଇଛି, ଏଥିରେ ବିଶ୍ୱ ପ୍ରସିଦ୍ଧ କ୍ୟାଥଲିକ ଚର୍ଚ୍ଚର ଛାତରୁ ନିଆଁ ବାହାରୁଥିବା ସ୍ପଷ୍ଟ ହୋଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ । ମାତ୍ର ଚର୍ଚ୍ଚର ମରାମତି କାମ ଚାଲିଥିବା ବେଳେ କୌଣସି କାରଣରୁ ନିଆଁ ଲାଗିଥାଏ ପାରେ ବୋଲି ଅନୁମାନ କରାଯାଉଛି । ପ୍ୟାରିସର ଏହି ଚର୍ଚ୍ଚ ୮୫୦ ବର୍ଷର ପୁରୁଣା । ଦେଶ ବିଦେଶରୁ ଏଠାକୁ ବହୁ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ଅଗ୍ନିକାଣ୍ଡ ସଂପର୍କରେ ସୂଚନା ମିଳିବା ପରେ ଦମକଳ ବାହିନୀ ଘଟଣାସ୍ଥଳକୁ ପହଂଚି ଏହାକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛି । 

 

  • Tags:

Subscribe

National International State Sports Entertainment